କୋଚିଂ ସେଣ୍ଟରକୁ ପଢ଼ିବାକୁ ଆସି ଘରକୁ ଫେରିନାହାନ୍ତି ଛାତ୍ର, ଥାନାରେ ଏତଲା ପରେ ସନ୍ଧାନ ଆରମ୍ଭ କଲା ପୁଲିସ

ଭୁବନେଶ୍ୱର : ଭୁବନେଶ୍ୱରର ସତ୍ୟନଗରରେ ଥିବା ଏକ କୋଚିଂ ସେଣ୍ଟରରୁ ଜଣେ ଛାତ୍ର ହଠାତ୍‌ ନିଖୋଜ ହୋଇଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିଖୋଜ ପରେ ପରିବାର ଲୋକେ ଲକ୍ଷ୍ମୀସାଗର ପୁଲିସ ଷ୍ଟେସନରେ ଅଭିଯୋଗ କରିଥିବା ବେଳେ ସନ୍ଧାନ ଆରମ୍ଭ କରିଛି ପୁଲିସ। ନିଖୋଜ ଛାତ୍ରଙ୍କ ନାମ ରୁଦ୍ରନାରାୟଣ ରାୟଚୌଧୁରୀ ବୋଲି ଜଣା ପଡ଼ିଥିବା ବେଳେ ସେ ଝାରପଡ଼ାର ଜଗନ୍ନାଥ ନଗର ରୋଡ୍‌ ନମ୍ବର-୪ରେ ରହୁଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ରୁଦ୍ର ସତ୍ୟନଗରରେ ଥିବା ସାମଲ ଫିଜିକ୍ସ କ୍ଲାସ୍‌ରେ କୋଚିଂ ନେଉଥିଲେ । ଶନିବାର ସେ ନୀଳ ସବୁଜ ରଙ୍ଗର ଚେକ୍‌ ଫୁଲ ସାର୍ଟ ସହ ନୀଳ ରଙ୍ଗର ଜିନ୍ସ ପିନ୍ଧିଥିଲେ । ଧୂସର ରଙ୍ଗର ହୋଣ୍ଡା ଆକ୍ଟିଭା (ଓଡି ୦୨ ଏଏଲ୍‌ ୫୦୮୩)ଧରି ସେ ଘରୁ ବାହାରିଥିଲେ ମଧ୍ୟ ଘରକୁ ଠିକ୍‌ ସମୟରେ ନ ପହଞ୍ଚିବା ପରେ ପରିବାର ଲୋକେ ଖୋଜିବା ଆରମ୍ଭ କରିଥିଲେ । କିନ୍ତୁ ସେ ନ ମିଳିବାରୁ ଏବେ ପୁଲିସରେ ଏତଲା ଦିଆଯାଇଛି । ଲକ୍ଷ୍ମୀସାଗର ପୁଲିସ ଷ୍ଟେସନ ପକ୍ଷରୁ ଏ ନେଇ ୩ଟି ନମ୍ବର ଦିଆଯାଇଛି, ଯାହାଦ୍ୱାରା ଯଦି କେହି ରୁଦ୍ରଙ୍କୁ ଦେଖନ୍ତି, ତେବେ ସେହି ଫୋନ ନମ୍ବର ଜରିଆରେ ପୁଲିସକୁ ସଂପର୍କ କରି ପାରିବେ।

ଲକ୍ଷ୍ମୀସାଗର ପୁଲିସ ଷ୍ଟେସନ-୦୬୭୪-୨୫୭୧୦୯୯/ ଇନ୍ସପେକ୍ଟର ଡି.ନାୟକ-୯୪୩୮୪୨୯୧୬୨/ ଇ.ଓ ଏସ୍‌ଆଇ-ବିଶ୍ୱମ୍ବର ପ୍ରଧାନ-୯୯୩୭୬୧୩୮୮୬

ସମ୍ବନ୍ଧିତ ଖବର