ଭୁବନ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଖଣ୍ଡବନ୍ଧ ପଚାଂୟତର ପୁରୁଣା ଅମାଙ୍ଗ ଗ୍ରାମର ବିଜୟ ପଣ୍ଡାଙ୍କ ବଡପୁଅ ବିକ୍ରମ ପଣ୍ଡା (୧୮) ଗତ ସେପ୍ଟେମ୍ବର ମାସ ୨୮ ତାରିଖ ଦିନ ପ୍ରାୟ ୧୧ଟା ବେଳକୁ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଉଥିଲେ। ରାସ୍ତାରେ ଅମ୍ବୁଜ ରାଉତ ନାମକ ଜଣେ ବ୍ୟକ୍ତି ବିକ୍ରମକୁ ପଚାରିଲେ ତୁ ମାଛ ଚୋରୀ କରିଛୁ ତୋ ବାପାକୁ କହିବି। ଏକଥା ଶୁଣିବା ପରେ କେଉଁ ଆଡେ ବିକ୍ରମ ଚାଲିଯାଇଛି। ଦୁଇ ଦିନ ପରେ ନିହଲପ୍ରସାଦ ଥାନାରେ ଏତଲା ଦେଇଥିଲେ ବିଜୟ ପଣ୍ଡା। ଇତି ମଧ୍ୟରେ ଏକମାସ ବିତି ଗଲାଣି ହେଲେ ବିକ୍ରମର ପତ୍ତା ମିଳୁନି।
ମାଛ ଚୋରି ଅଭିଯୋଗ ପରେ ବେଦବିଜ୍ଞାନ ଛାତ୍ର ଫେରାର, ମାସେ ପରେ ବି ମିଳୁନି ପତ୍ତା
/sambad/media/post_attachments/wp-content/uploads/2020/10/bikram-panda-ତ.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)