ସାଇକେଲ ପାର୍କିଂକୁ ନେଇ ଅଶାନ୍ତି : ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଆନ୍ଦୋଳନ

 

ଫୁଲବାଣୀ : ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ସାଇକେଲ୍‌ ଓ ବାଇକ ପାର୍କିଂକୁ ନେଇ ଶୁକ୍ରବାର ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଧ୍ୟକ୍ଷଙ୍କୁ ଘେରାଉ କରିଥିଲେ। ଛାତ୍ରଛାତ୍ରୀମାନେ ସେମାନଙ୍କ ସାଇକେଲ ଏବଂ ବାଇକ ମହାବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ରଖିବାକୁ ଇଛା କରୁଥିବାବେଳେ ଅଧ୍ୟକ୍ଷ ସେମାନଙ୍କୁ ବାହାରେ ପାର୍କିଂ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ କୌଣସି ପରିସ୍ଥିତିରେ କ୍ୟାମ୍ପସ ବାହାରେ ପାର୍କିଂ କରିବେ ନାହିଁ ବୋଲି ଛାତ୍ରଛାତ୍ରୀ ଆଜି ଜିଦ୍‌ରେ ଅଟଳ ରହିଥିଲେ। ଛାତ୍ରଛାତ୍ରୀ ଦୀର୍ଘ ସମୟ ଧରି ଅଧ୍ୟକ୍ଷଙ୍କୁ ଘେରାଉ କରିବା ସହ କଲେଜ ଫାଟକରେ ତାଲା ପକାଇ ଦେଇଥିଲେ। ଦୀର୍ଘ ସମୟର ଆନ୍ଦୋଳନ ପରେ ଛାତ୍ରଛାତ୍ରୀ ଏବଂ ଅଧ୍ୟକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଛାତ୍ରଛାତ୍ରୀମ‌ାନେ ସାଇକେଲ ଏବଂ ବାଇକ ମହାବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ପାର୍କିଂ କରିବେ ବୋଲି ଅଧ୍ୟକ୍ଷ ସମ୍ମତି ପ୍ରକାଶ କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ସମ୍ବନ୍ଧିତ ଖବର