ସମ୍ବଲପୁର: ଗଂଗାଧର ମେହେର ବିଶ୍ବବିଦ୍ୟାଳୟ (ଜିଏମ୍‌ୟୁ)ର ଜଣେ ଯୁକ୍ତ୩ ତୃତୀୟ ବର୍ଷର ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଟିଏଫ୍ ହଷ୍ଟେଲ ରୁମ୍‌ରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ହେଲେ ଘନଶ୍ୟାମ କରୁଆଁ।

Advertisment

ସୂଚନା ଅନୁସାରେ ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ(ଜିଏମୟୁ)ରେ କଳାହାଣ୍ଡି ଜିଲ୍ଲା ନର୍ଲାର ଘନଶ୍ୟାମ କରୁଆଁ ଯୁକ୍ତ ୩ ବାଣିଜ୍ୟରେ ପଢୁଥିଲେ। ସେ ଟ୍ରଷ୍ଟଫଣ୍ଡ୍‌ ଛାତ୍ରାବାସରେ ରହୁଥିଲେ। ଗୁରୁବାର ଅପରାହ୍ଣରେ ତାଙ୍କ ରୁମ୍‌ ଭିତରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ପାଇ ଟାଉନ୍‌ ଥାନା ପୁଲିସ ଛାତ୍ରାବାସରେ ପହଞ୍ଚିଥିଲା। ରୁମ୍‌କୁ ତାଲା ପକାଯାଇଥିବା ବେଳେ ଘନଶ୍ୟାମଙ୍କ ପରିବାର ଲୋକ ଆସିବା ପରେ ମୃତଦେହକୁ ବାହାର କରାଯିବ।