ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ବ୍ଳକର ଏକ ସରକାରୀ ଆବାସିକ ସ୍କୁଲର ଦଶମ ଶ୍ରେଣୀର ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡିଛି। ଛାତ୍ରୀଜଣଙ୍କ ଘର ମାଥିଲି ବ୍ଲକ ସାଉଁଳିଗୁଡା ବୋଲି ଜଣାପଡିଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ଗତ ଜୁଲାଇ ୧୨ ତାରିଖରେ ଘଟଣା ଜଣାପଡିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପକ୍ଷ ଝିଅ ଅସୁସ୍ଥ ଥିବା କହି ଅଭିଭାବକଙ୍କୁ ବିଦ୍ୟାଳୟକୁ ଡାକିଥଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ଏକ ହାତ ଲେଖା କାଗଜରେ ଦସ୍ତଖତ ନେଇ ଝିଅକୁ ଘରକୁ ପଠାଇ ଥିଲେ। ଗାଁରେ ଆଶା ଦିଦି ଓ ଆଙ୍ଗନବାଡି ଦିଦିମାନେ ଛାତ୍ରୀଙ୍କୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିବା ପରେ ମାମଲାଟି ସାମନାକୁ ଆସିଥିଲା। ତେବେ ଆଶ୍ଚର୍ଯ୍ୟର କଥା ୧୨ ତାରିଖଠାରୁ ଘଟଣା ଘଟି ଥିଲେ ହେଁ ସ୍କୁଲ କର୍ତ୍ତୃପକ୍ଷ ଥାନା କିମ୍ବା ଚାଇଲ୍ଡ ଲାଇନକୁ ଜଣାଇ ନ ଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ କିମ୍ବା ସିଡବ୍ଲୁସି ନିକଟରେ ମଧ୍ୟ ଖବର ନ ଥିଲା। ଆଉ ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ଗତ ୧ ତାରିଖ ଦିନ ମାଲକାନଗିରି ଥାନାରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।

Advertisment

ଏଥିନେଇ ସାଉଁଳି ଗୁଡା ଗ୍ରାମର ଅଙ୍ଗନବାଡି କର୍ମୀଙ୍କୁ ପଚାରିବାରୁ ସେ କହିଛନ୍ତି ଉକ୍ତ ଯୁବକ  ସ୍କୁଲ୍ ଯାଇ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିବା ଛାତ୍ରୀ କହିଥିବା ସେ ଆମକୁ କହିଛନ୍ତି। ଏଥିସହ ପରିବାର ଲୋକ କହିଛନ୍ତି ସ୍କୁଲ୍ ଛୁଟି ସମୟରେ ଝିଅର କୌଣସି ବି ପିଲାସହ ତାଙ୍କ ଝିଅର ସମ୍ପର୍କ ନଥିଲା ଯାହା ହେଇଛି ସ୍କୁଲ୍ ରେ ହିଁ ହେଇଛି । କିନ୍ତୁ ଛାତ୍ରୀଜଣକ ସ୍କୁଲ୍ ଛୁଟି ସମୟରେ ଝିଅ ନିଜ ଗାଁକୁ ଯାଇ ଉକ୍ତ ଯୁବକ ସହ ସମ୍ପର୍କ ରଖି ଥିବା କହି ସ୍କୁଲ୍ କର୍ତ୍ତୃପକ୍ଷ ପରିବାର ଲୋକଙ୍କଠାରୁ ଜୋର ଜବରଦସ୍ତ ଦସ୍ତଖତ କରାଇଥିବା ଅଭିଯୋଗ କରିଛନ୍ତି ।

publive-image
ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯଦି ଛାତ୍ରୀ ଜଣକ ୬ମାସ ହେଲାଣି ଗର୍ଭବତୀ ହେଲାଣି ତାହାହଲେ କିଭଳି ସ୍କୁଲ୍ ହଷ୍ଟେଲ ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ଜାଣି ପାରିଲେନି। ଯଦି ବିଳମ୍ବରେ ଜାଣିଲେବି ସ୍କୁଲ୍ ଅଧ୍ୟକ୍ଷ ଲିଖତ ଭାବେ ପୁଲିସକୁ ନଜଣାଇ ଓ ବିନା ପରାମର୍ଶରେ କେଉଁ କାରଣରେ ଓ କେମିତି ପରିବାରଙ୍କୁ ଜୋର୍ ଜବରଦସ୍ତ ଦସ୍ତଖତ କରାଇ ଛାତ୍ରୀକୁ ଘରକୁ ପଠାଇ ଦେଇଥିଲେ।
ଏହି ଘଟଣାଟି ଜିଲ୍ଲାପାଳ ଜାଣିଲା ପରେ ଏହାର ତଦନ୍ତ କରି ତୁରନ୍ତ ସଂମ୍ପୂର୍ଣ୍ଣ ତଥ୍ୟ ଦେବାପାଇଁ ପିଏ ଆଇଟିଡିଏଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ ଏଭଳି କିଛି ଅଭିଯୋଗ ଆସିନାହିଁ ଅଭିଯୋଗ ଆସିଲେ, ଏହାର ତଦନ୍ତ କରାଯିବ କହିଛନ୍ତି ।

ବର୍ତ୍ତମାନ ପୀଡ଼ିତା ଛାତ୍ରୀ ବାଲ ସୁଧାର ଗୃହରେ ଥିବା ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଅଭିଯୁକ୍ତକୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।