ସିମୁଳିଆ: ଟ୍ୟୁସନ୍ରୁ ଫେରୁଥିବା ରାସ୍ତାରେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ। ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଅନ୍ୟପଟେ ଅଭିଯୁକ୍ତ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ପ୍ୟାଣ୍ଟସାର୍ଟ ଓ ବାଇକ୍ ଜାଳି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ। ଏପରି ଏକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ।
ଅଭିଯୋଗ ଅନୁସାରେ ଆଜି ଅପରାହ୍ଣ ପ୍ରାୟ ୫ଟା ବେଳେ ସିମୁଳିଆ ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀ ଟ୍ୟୁସନ୍ ସାରି ସାଇକଲ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ମୋଟରସାଇକଲ୍ରେ ପିଛା କରୁଥିବା ଅନ୍ତରା ଗ୍ରାମର ପ୍ରଶାନ୍ତ ସାମଲ କେନାଲବନ୍ଧ ନିକଟରେ ଛାତ୍ରୀଙ୍କୁ ଅଟକାଇଥିଲା। ଛାତ୍ରୀଙ୍କ ସାଇକଲ୍ ଓ ବହି ବ୍ୟାଗ୍କୁ କେନାଲକୁ ଫିଙ୍ଗିଦେଇ ଏକ ଗଛମୂଳକୁ ଟେକିନେଇ ଦୁଷ୍କର୍ମ କରିଥିଲା। ଚିତ୍କାର ଶୁଣି ରାସ୍ତାରେ ଯାଉଥିବା କିଛି ବାଟୋଇ ଓ ସ୍ଥାନୀୟ ଗ୍ରାମବାସୀ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ସେହିପରି ଉତ୍ତ୍ୟକ୍ତ ଲୋକମାନେ ସଂପୃକ୍ତ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଏମିତିକି ଅଭିଯୁକ୍ତକୁ ଏକ ଗାମୁଛା ପିନ୍ଧାଇ ପ୍ୟାଣ୍ଟସାର୍ଟ ସହ ବାଇକ୍କୁ ଜାଳି ଦେଇଥିଲେ। ଖବର ପାଇ ସିମୁଳିଆ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ନାବାଳିକାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନା ପଠାଯାଇଛି। ଅଭିଯୁକ୍ତ ପ୍ରଶାନ୍ତଙ୍କୁ ପୁଲିସ ନେଇ ଥାନାରେ ଅଟକ ରହିଛି। ଏନେଇ ପୋକ୍ସୋ ଆକ୍ଟରେ କେସ୍ ନମ୍ବର ୩୭୮/୨୫ରେ ଏକ ମାମଲା ରୁଜୁ ହୋଇଛି। ବାଲେଶ୍ୱର ଅତିରିକ୍ତ ଏସ୍ପି ଓ ସଦର ଏସ୍ଡିପିଓ ସିମୁଳିଆ ଥାନାକୁ ଆସି ତଦନ୍ତ କରିଛନ୍ତି। ଡାକ୍ତରୀମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ଟ୍ୟୁସନ୍ରୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଦୁଷ୍କର୍ମ!
ଟ୍ୟୁସନ୍ରୁ ଫେରୁଥିବା ରାସ୍ତାରେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ। ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଅନ୍ୟପଟେ ଅଭିଯୁକ୍ତ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ପ୍ୟାଣ୍ଟସାର୍ଟ ଓ ବାଇକ୍ ଜାଳି ଦେଇଛନ୍ତି ଉତ୍ତ୍ୟକ୍ତ ...
/sambad/media/media_files/2025/08/11/untitled-24-2025-08-11-07-26-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)