ନଦୀରେ ଖସିପଡ଼ିଥିବା ନବମ ଶ୍ରେଣୀ ଛାତ୍ର ନୀଲେଶଙ୍କ ମୃତଦେହ ଉଦ୍ଧାର

ରାଉରକେଲା: ଇସ୍ପାତ ନଗରୀ ରାଉରକେଲା ଉପକଣ୍ଠ ଝିରପାଣି ବ୍ରିଜ୍ ଉପରୁ ଗତ ଗୁରୁବାର ଯେଉଁ ହାଇସ୍କୁଲ ଛାତ୍ର ନଦୀକୁ ଖସିପଡ଼ିବାରୁ ନିଖୋଜ ଥିଲେ, ଆଜି ଭୋର ସମୟରେ ସେହି ଛାତ୍ର ନୀଲେଶ ଦାସଙ୍କର ମୃତ ଦେହ ଉଦ୍ଧାର ହୋଇଛି। ଆଜି ସକାଳେ ରାଉରକେଲା ସହରଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ପାନପୋଷ- ପ୍ରଧାନପାଲି କୋଏଲ ନଦୀ ପଠାରେ ଉକ୍ତ ଛାତ୍ରଙ୍କର ମୃତ ଦେହ ମିଳିଛି।

ସୂଚନାଯୋଗ୍ୟ,ରାଉରକେଲା ସହରଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା କୋଏଲ ନଦୀ ଉପରେ ନିର୍ମିତ ଝିରପାଣି ବ୍ରିଜ ଉପରୁ ଏହି ଘରୋଇ ଇଂରାଜୀ ମିଡିୟମ ସ୍କୁଲର ନବମ ଶ୍ରେଣୀ ଛାତ୍ର ନୀଲେଶ ଗତ ଗୁରୁବାର ଅପରାହ୍ଣରେ କୌଣସି କାରଣରୁ ଭାରସାମ୍ୟ ହରାଇ ଖସିପଡ଼ିଥିଲେ। ସ୍ଥାନୀୟ ଲୋକେ ଏ ବାବଦରେ ଅଗ୍ନିଶମ ଓ ପୁଲିସ ବିଭାଗକୁ ସୂଚନା ଦେଇଥିଲେ ।


ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାମ ଜାରି ରଖିଥିଲେ। ମାତ୍ର ନିଖୋଜ ଛାତ୍ରକୁ ଉଦ୍ଧାର କରାଯାଇପାରି ନଥିଲା। ନୀଲେଶ ଦାସ ସାଙ୍ଗମାନଙ୍କ ସହ ବ୍ରିଜ ବାଡ଼ରେ ଚଢ଼ି ସେଲଫି ନେଉଥିଲା ବେଳେ କୋଏଲ ନଦୀକୁ ଖସି ନିଖୋଜ ହୋଇ ଯାଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର