ବାଲିପାଟଣା: ଅଜଣା ଅଟୋ ଧକାରେ ଜଣେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ଗୁରୁତର ହୋଇଛନ୍ତି। ସାନ ଭାଇକୁ ଟ୍ୟୁସନରୁ ଆଣିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଛାତ୍ରୀଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିବା ଜଣା ପଡିଛି।
ସୂଚନା ଅନୁସାରେ, ସନ୍ଧ୍ୟା ୭ରେ ସରାଟ ଗ୍ରାମର ପ୍ରୀତି ପ୍ରିୟଦର୍ଶନୀ ପରିଡ଼ା ରାଜସ ଚଣାହଟ୍ଟା ରାସ୍ତାରେ ବାଲିପାଟଣା ଛକ ଅଭିମୁଖେ ସ୍କୁଟି ଚଲାଇ ଯାଉଥିଲେ। ସରାଟ ଶାସନ ନିକଟ ଘାଇ ଭଙ୍ଗା ନିକଟରେ ବିପରୀତ ଦିଗରୁ ଆସୁଥିବା ଅଟୋ ସ୍କୁଟିକୁ ଧକ୍କା ଦେଇଥିଲା।
/filters:format(webp)/sambad/media/media_files/2025/07/26/whatsapp-image-2025-07-26-22-05-30.jpeg)
ସ୍କୁଟି ଆରୋହୀ ରାସ୍ତାରେ ଛିଟିକି ପଡ଼ିଥିଲେ। ତାଙ୍କ ଡାହାଣ ହାତରେ ଗଭୀର ଆଘାତ ହେବା ସହିତ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ପ୍ରୀତି ପ୍ରିୟଦର୍ଶନୀ ସ୍ଥାନୀୟ ଶିଶୁ ଅନନ୍ତ ମହାବିଦ୍ୟାଳୟରେ ଯୁକ୍ତ ୩ ଦ୍ୱିତୀୟ ବର୍ଷ କଳା ବିଭାଗ ଛାତ୍ରୀ ଅଟନ୍ତି।
Khordha | Accident
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/26/student-seriously-injured-in-hit-and-run-by-unknown-auto-driver-2025-07-26-21-47-53.jpg)