ଉତ୍କଳ ବିଶ୍ୱବିଦ୍ୟାଳୟରେ ହେବ ନାହିଁ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର: ରାଜ୍ୟର ସର୍ବ ପୁରାତନ ବିଶ୍ୱବିଦ୍ୟାଳୟ ‘ଉତ୍କଳ ବିଶ୍ୱବିଦ୍ୟାଳୟ’ରେ ଶିକ୍ଷାବର୍ଷ ୨୦୧୮-୧୯ ପାଇଁ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରି ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ବାଣୀବିହାର ପରିସର ବର୍ଷର ଅଧିକ ସମୟ ଅଶାନ୍ତ ରହୁଥିବାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ନିର୍ବାଚନ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଏ ନେଇ ଶନିବାର କର୍ତ୍ତୃପକ୍ଷଙ୍କ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।

ନିର୍ବାଚନ ବାତିଲ କରିବା ପୂର୍ବରୁ ପିଜି କାଉନସିଲ ବୈଠକ ବସିଥିଲା। ଏହା ପରେ ବିଜ୍ଞପ୍ତି ଜାରି କରାଯାଇଛି।

ସମ୍ବନ୍ଧିତ ଖବର