ଗୋପ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ତାଲା ପକାଇଲେ ଛାତ୍ରଛାତ୍ରୀ

କୋଣାର୍କ: ପୁରୀ ଜିଲ୍ଲା ଅନ୍ତର୍ଗତ  ଗୋପ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହେବା ପରେ କଲେଜରେ ଉତ୍ତେଜନା ଦେଖାଦେଇଛି।  ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ୧୦ରୁ ଅଧିକ ଅଧାପକ ଓ ଅଧ୍ୟାପିକାଙ୍କୁ ଷ୍ଟାଫରୁମରେ ତାଲା ପକାଇ ଦେଇଛନ୍ତି । ଛାତ୍ରଛାତ୍ରୀ ମୁଖ୍ୟଫାଟକରେ ଧାରଣା ଦେବା ସହ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସେପଟେ, ବିଭିନ୍ନ ସମସ୍ୟାକୁ ନେଇ ମାହାଙ୍ଗା ପୁଷ୍କଗିରି ମହାବିଦ୍ୟାଳୟରେ ଲାଗି ରହିଛି ଛାତ୍ର ଅଶାନ୍ତି । ଗତ ୯ ତାରିଖରେ ପରୀକ୍ଷା ଫି ବୃଦ୍ଧି ପ୍ରତିବାଦରେ  ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନେ କଲେଜ ସମ୍ମୁଖରେ ଧାରଣରେ ବସିଥିଲେ । ଛାତ୍ରଛାତ୍ରୀ ଅଭିଯୋଗ କରିିଥିଲେ, ଅନ୍ୟ କଲେଜ ଅପେକ୍ଷା ଏହି କଲେଜରେ ଅଧିକ ପରୀକ୍ଷା ଫି ନିଆଯାଉଛି । ପରେ କଲେଜ ଅଧ୍ୟକ୍ଷ ପିଲାମାନଙ୍କ ସହ ଆଲୋଚନ କରି ଗାଇଡ଼ଲାଇନ ଦେଖାଇଥିଲେ।

ଅଧ୍ୟକ୍ଷଙ୍କ କଥାରେ ଛାତ୍ରଛାତ୍ରୀମାନଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା । ଏହା ସହିତ କଲେଜର ସ୍ଥାୟୀ ଅଧ୍ୟକ୍ଷ ନ ଥିବାରୁ ଆର୍ଥିକ ସମସ୍ୟା ଦେଖା ଦେଇଛି । ଫଳରେ କୌଣସି କାର୍ଯ୍ୟକ୍ରମ ହୋଇପାରୁନି, ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଅସନ୍ତୋଷ ଲାଗି ରହିଛି । ସେପଟେ କଲେଜ ଅଧ୍ୟକ୍ଷଙ୍କୁ ଭେଟି ଏ ନେଇ ଆଲୋଚନା ପରେ ସେ କହିଥିଲେ ବିଶ୍ୱବିଦ୍ୟାଳୟ ସହ କଥା ହୋଇ ଯେଉଁ ତ୍ରୁଟି ଥିଲା ସେ ତାହାର ସମାଧାନ କରିଛନ୍ତି । ପିଲାମାନଙ୍କ ଠାରୁ ନିଆଯାଇଥିବା ୧୫୦ଟଙ୍କା ତାଙ୍କର ୨ଟି ସେମିଷ୍ଟାରରରେ ଆଡ଼ଜେଷ୍ଟ କରାଯିବ । ଏହା ସହ କଲେଜରେ ପରୀକ୍ଷା ଫି ବୃଦ୍ଧିକୁ ବାଦ ଦେଇ ଅନ୍ୟସବୁ ସମସ୍ୟା ରହିଥିବା କହିଛନ୍ତି ଛାତ୍ରଛାତ୍ରୀ ।

ସମ୍ବନ୍ଧିତ ଖବର