ସମ୍ବଲପୁର: +୩ ତୃତୀୟ ସେମିଷ୍ଟାର ପରୀକ୍ଷା ଅଫଲାଇନରେ କରିବାକୁ ବିଶ୍ବବିଦ୍ୟାଳୟ ନିଷ୍ପତ୍ତି ନେବା ପରେ ଛାତ୍ରଛାତ୍ରୀ ଏହାକୁ ବିରୋଧ କରିଛନ୍ତି। କରୋନା ସଂକ୍ରମଣକୁ ଆଖିରେ ରଖି ପରୀକ୍ଷା ଅନଲାଇନରେ କରାଇବାକୁ ଦାବି କରି ଆଜି ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ । ପ୍ରତିବାଦରେ କୁଳପତିଙ୍କ ଅଫିସରେ ଛାତ୍ରଛାତ୍ରୀ ଧସେଇ ପଶିବା ବେଳେ ଲାଠିଚାଳନା କରିଛି ପୁଲିସ। ଫଳରେ ବିଶ୍ବବିଦ୍ୟାଳୟ ପରିସରରେ ଉତ୍ତେଜନା ସୃଷ୍ଟି ହେବା ପରେ ଏବେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
/sambad/media/post_attachments/wp-content/uploads/2021/04/ସ-35.jpg)
ମିଳିଥିବା ସୂଚନା ମୁତାବକ, ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟ ସହ କୁଳପତିଙ୍କ ଅଫିସରେ ପଶି ଭଙ୍ଗାରୁଜା କରିଥିବାରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏତଲା ରୁଜୁ କରାଯାଇଛି। ଏତଲା ପାଇ ପୁଲିସ ୪ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଅନଲାଇନ ପରୀକ୍ଷା ଦାବିରେ ବରଗଡ଼ ଜିଲ୍ଲାର ବିଭିନ୍ନ କଲେଜରୁ ଛାତ୍ରଛାତ୍ରୀ ଆସିଥିଲେ ବୋଲି ମଧ୍ୟ ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/SBP-clg-dispute-06_Thumb-1.jpg)