ଶିକ୍ଷକ ନଥିବା ପ୍ରତିବାଦରେ ଘଂଚ ଜଙ୍ଗଲ ମଧ୍ୟରେ ୨୬ କିଲୋମିଟର ଚାଲିଲେ ଛାତ୍ରଛାତ୍ରୀ

ତୁମୁଡିବନ୍ଧ: ସ୍କୁଲରେ ଶିକ୍ଷକ ନଥିବାରୁ କନ୍ଧମାଳର ତୁମୁଡିବନ୍ଧରେ ଚାଲି ଚାଲି ପ୍ରତିବାଦ କଲେ ଛାତ୍ରଛାତ୍ରୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ତୁମୁଡିବନ୍ଧ ଅନ୍ତର୍ଗତ ବେଲଘରରେ । ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନଥିବାରୁ ଏହାର ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ । ବେଲଘରରୁ ୨୬ କିଲୋମିଟର ଘାଟି ପାହାଡ ଓ ଘଂଚ ଜଙ୍ଗଲ ଦେଇ ଚାଲି ଚାଲି ଆସିଛନ୍ତି ତୁମୁଡିବନ୍ଧ ।

ହାତରେ ପ୍ଲାକାର୍ଡ଼ ସାଙ୍ଗକୁ ଶିକ୍ଷକ ପୂରଣର ନାରା ଦେଇ ଛାତ୍ରମାନେ ଜଙ୍ଗଲର ନିକାଞ୍ଚନ ରାସ୍ତା ଦେଇ ଚାଲିଚାଲି ଯାଇଥିଲେ | ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ସାମନାକୁ ଆଣିବା ପାଇଁ ଛାତ୍ରଛାତ୍ରୀମାନେ ଏହି ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି ।

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ସେବାଶ୍ରମ ହାଇସ୍କୁଲରେ ଅଷ୍ଟମ ଓ ନବମ ଶ୍ରେଣୀ ପାଇଁ ଆବଶ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ନଥିବାରୁ ଏଭଳି ଅଭିନବ ପ୍ରତିବାଦ କରିଛନ୍ତି । ମଧ୍ୟରାତ୍ରୀରେ ବିପଦପୂର୍ଣ୍ଣ ଭାବେ ଦୁର୍ଗମ ଅଂଚଳ ବେଲଘର ଛାଡି ଜଙ୍ଗଲ ପାହାଡିଆ ରାସ୍ତାରେ ଶୀତରାତିରେ ଆସିଥିଲେ ଛାତ୍ରଛାତ୍ରୀ । ହେଲେ ଏ ବାବଦରେ ବିଦ୍ୟାଳୟ କର୍ତୃପକ୍ଷଙ୍କ ପାଖରେ କୌଣସି ସୂଚନା ନଥିଲା |

ସମ୍ବନ୍ଧିତ ଖବର