ଶିକ୍ଷକ ନିଯୁକ୍ତିରେ ଅନିୟମିତତା! ତାତିଲେ ଆଶାୟୀ, ଖଣ୍ଡନ କଲେ ଡିଡବ୍ଲୁଓ

କ‌ୋରାପୁଟ: କୋରାପୁଟ ଜିଲ୍ଲାରେ ଆଦିବାସୀ ଜାତି ଓ ଜନଜାତି ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ନିଯୁକ୍ତି ପାଇଁ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ଚୟନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଥିବା କୋରାପୁଟ ଜିଲ୍ଲାର ପ୍ରାର୍ଥୀ ଅଭିଯୋଗ କରିଛନ୍ତି । ବିଜ୍ଞାପନରେ ଦିଆଯାଇଥିବା ସର୍ତ୍ତାବଳୀ ଅନୁଯାୟୀ ସାଧାରଣ ବର୍ଗର ପ୍ରାର୍ଥୀ ଚୟନ ପରୀକ୍ଷାରେ ୩୫% ମାର୍କ ରଖି ଜିଲ୍ଲା ଭିତରର ପ୍ରାର୍ଥୀ ହୋଇଥିଲେ ତାଙ୍କୁ ପ୍ରାଥମିକତା ଦେଇ ନିଯୁକ୍ତି ଦେବା ପାଇଁ ସ୍ପଶ୍ଟ ଭାବେ ଉଲ୍ଲେଖ ଥିବା ବେଳେ କୋରାପୁଟ ଜିଲ୍ଲାର ପ୍ରାର୍ଥୀ ଉପଯୁକ୍ତ ମାର୍କ ସହ ତାଲିକାରେ ଥିବାସତ୍ୱେ ସେମାନଙ୍କ ଠାରୁ ଅଧିକ ମାର୍କ ରଖିଥିବା ଆଳ ଦେଖାଇ ଜିଲ୍ଲାଧିକାରୀ ଅନ୍ୟ ଜିଲ୍ଲାର ପ୍ରାର୍ଥୀଙ୍କୁ ନିଯୁକ୍ତ କରିଥିବା ପ୍ରାର୍ଥୀମାନେ ଅଭିଯୋଗ କରିଛନ୍ତି ।

ଅଧିକ ମାର୍କ ଥିବା ପ୍ରାର୍ଥୀଙ୍କୁ ଚୟନ କରାଯାଇଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡି କହୁଥିବା ବେଳେ ଏପରି କୌଣସି ସର୍ତ୍ତ ଉଲ୍ଲେଖ ନଥିବାସତ୍ୱେ ବାହାର ଜିଲ୍ଲାର ପ୍ରାର୍ଥୀଙ୍କୁ କିପରି ନିଯୁକ୍ତି ଦିଆଗଲା ସେ ନେଇ ପ୍ରାର୍ଥୀ ଆଜି ଜିଲ୍ଲାଧିକାରୀଙ୍କ କାର୍ଯ୍ୟାଳୟରେ ଶ୍ରୀ ତାଣ୍ଡିଙ୍କୁ ପ୍ରଶ୍ନ କରିଥିଲେ । କୋରାପୁଟ ଜିଲ୍ଲାର ପ୍ରାର୍ଥୀଙ୍କୁ ନ୍ୟାୟ ନ ମିଳିଲା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ପ୍ରାର୍ଥୀ ଆଦିତ୍ୟ ମିଶ୍ର ଓ ବି. ଚିନ୍ମୟୀଙ୍କ ସହ ଏକାଧିକ ଆଶୟୀମାନେ ଚେତାବନୀ ଦେଇଛନ୍ତି।

ଆଜି ଦିନ ପ୍ରାୟ ୧୦ଟାରେ ଡିଡବ୍ଲୁଓଙ୍କ କାର୍ଯ୍ୟାଳୟରେ ଚାଲିଥିଲା ଯୁକ୍ତି ତର୍କ। ଆରୋପପତ୍ୟାରୋପ ସହ ଦେଖିବାକୁ ମିଳିଥିଲା ହାଇ ଭୋଲଟେଜ ଡ୍ରାମା । ଚେୟାରରେ ବସିଥିବା ଅଫିସର ଜଣଙ୍କ ହେଉଛନ୍ତି ଜିଲ୍ଲା ମଙ୍ଗଳ ଅଧରକାରୀ ସୁରେଶ କୁମାର ତାଣ୍ଡି । ତାଙ୍କ ସହ ଯୁକ୍ତିତର୍କ କରୁଥିବା ପିଲାମାନେ ହେଉଛନ୍ତି ଆଶାୟୀ ଶିକ୍ଷକ। କୋରାପୁଟ ଜିଲ୍ଲାର ବିଭିନ୍ନ ସେବାଶ୍ରମ ସ୍କୁଲ ପାଇଁ ୪୬ଟି ଶିକ୍ଷକ ପଦବିର ବିଜ୍ଞାପନ ପ୍ରକାଶ ପାଇଥିଲା ଓ ଏଥିରେ ସ୍ଥାନୀୟ ଜିଲ୍ଲାର ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଉଲ୍ଲେଖ ରହିଛି। ତେବେ ଜିଲ୍ଲା ମଙ୍ଗଳ ଅଧିକାରୀ କହୁଛନ୍ତି ଯଦି ଲିଖିତ ପରୀକ୍ଷାରେ ଏକାଧିକ ପ୍ରାର୍ଥୀଙ୍କ ସମାନ ମାର୍କ ରହିବ ତେବେ ସ୍ଥାନୀୟ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ କିନ୍ତୁ ଏକଥା ବିଜ୍ଞାପନରେ ଉଲ୍ଲେଖ ନାହିଁ। ତେଣୁ କୋରାପୁଟ ଜିଲ୍ଲାରେ ପାତରଅନ୍ତର କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି ଆଶାୟୀ ପ୍ରାର୍ଥୀ ।

ଚଳିତବର୍ଷ ଜାନୁଆରି ୧୦ ତାରିଖ ଦିନ କୋରାପୁଟ ଜିଲ୍ଲାର ବିଭିନ୍ନ ଆଶ୍ରମ ସ୍କୁଲର ୪୬ଟି ଶିକ୍ଷକ ପଦବି ପାଇଁ ମୋଟ ୧୧୭୩ ପ୍ରାର୍ଥୀ ଆବେଦନ କରିଥିଲେ । ସେଥିରୁ ୯୪୩ ଜଣ ପ୍ରାର୍ଥୀଙ୍କ ଆବେଦନ ପତ୍ର କାଏମ ରହିଥିଲା । ଶେଷରେ ୩୮୧ଜଣ ପ୍ରାର୍ଥୀ ଲିଖିତ ପରୀକ୍ଷା ଦେଇଥିଲେ। ଚୟନ ହୋଇଥିବା ଅନେକ ପ୍ରାର୍ଥୀଙ୍କ ମାର୍କ ପୂର୍ବରୁ ପ୍ରକାଶ ହୋଇନଥିବା ବେଳେ ପରେ ଏହା ପ୍ରକାଶିତ ହୋଇଛି । ଏଥିରେ କିଛି ଗଡବଡ ହୋଇଥିବା ଆଶାୟୀ ପ୍ରାର୍ଥୀ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର