ବୌଦ୍ଧ/ଜହ୍ନାପଙ୍କ: କଲେଜ ବାରଣ୍ଡାରେ ସେମିଷ୍ଟାର ପରୀକ୍ଷା ଦେଲେ ବୌଦ୍ଧ ପଞ୍ଚାୟତ କଲେଜର ଯୁକ୍ତ ୩ ଛାତ୍ରଛାତ୍ରୀ। ଆଗାମୀ ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ପଞ୍ଚାୟତ କଲେଜରେ ଇଭିଏମ୍ ଷ୍ଟ୍ରଙ୍ଗରୁମ୍ ହେବାକୁ ଥିବା ବେଳେ ଜିଲ୍ଲା ପ୍ରଶାସନ ଆଗୁଆ ଭାବେ କଲେଜର କେତେକ ହଲ୍କୁ ନିଜ ଅଧୀନକୁ ନେଇ ସାରିଛି। ଫଳରେ ସ୍ଥାନାଭାବ ଯୋଗୁଁ ଛାତ୍ରଛାତ୍ରୀ ବାରଣ୍ଡାରେ ପରୀକ୍ଷା ଦେଉଛନ୍ତି। ଫେବ୍ରୁଆରି ୧୩ ତାରିଖରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ ସେମିଷ୍ଟାର ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏଭଳି ଅବ୍ୟବସ୍ଥା ଦେଖାଦେଇଛି। ଏଭଳି ସ୍ଥିତିରେ ମଙ୍ଗଳବାର କଲେଜ ବାରଣ୍ଡାରେ ବସି ୩୦୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
/sambad/media/post_attachments/wp-content/uploads/2024/02/5bd03ce1-8dc8-4ef5-ae02-784566c832da.jpg)
ଏ ସମ୍ପର୍କରେ ବୌଦ୍ଧ ଉପ ଜିଲ୍ଲାପାଳ ତଥା ନିର୍ବାଚନ ରିଟର୍ଣ୍ଣିଂ ଅଫିସର ରବୀନ୍ଦ୍ରନାଥ କହଁର ଏହାକୁ କଲେଜର ଅନ୍ତରୀଣ ସମସ୍ୟା ବୋଲି ପ୍ରସଙ୍ଗ ବୋଲି କହି ଏଡ଼ାଇ ଯାଇଛନ୍ତି। ତେବେ ଆସନ୍ତା ୧୬ ତାରିଖରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ପ୍ରାୟ ୬୦୦ ପରୀକ୍ଷାର୍ଥୀ ଏହି କଲେଜରେ ପରୀକ୍ଷା ଦେବେ। ଏଭଳି ସ୍ଥିତିରେ ପରୀକ୍ଷା ପରିଚାଳନା ପାଇଁ ଆହୁରି ଅସୁବିଧା ସୃଷ୍ଟି ହେବ ବୋଲି କଲେଜ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା କହିଛନ୍ତି। ଗୋଟିଏ ପଟେ ସରକାର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନ ଏବଂ କଲେଜ କର୍ତ୍ତୃପକ୍ଷଙ୍କ ସମନ୍ୱୟରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବାର ଆବଶ୍ୟକତା ଥିଲା ବୋଲି ଚର୍ଚ୍ଚା ହେଉଛି। ଉକ୍ତ କଲେଜରେ ଛାତ୍ରଛାତ୍ରୀମାନେ ଏଭଳି ଦୟନୀୟ ଅବସ୍ଥାରେ ପରୀକ୍ଷା ଦେବା ଘଟଣା ଜଣାଶୁଣା ମହଲକୁ ବିସ୍ମିତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/467380ca-9e01-4c79-b4e2-1bd3ec32f003.jpg)