ଭୁବନେଶ୍ବର: ସାଧାରଣ ଶିକ୍ଷାରୁ ରାଜ୍ୟର  ଛାତ୍ରଛାତ୍ରୀ ମୁହଁ ଫେରାଉଛନ୍ତି।  ପୁଣି ଥରେ ସ୍ପଟ୍ ଆଡ଼ମିସନ ତାରିଖ ଉଚ୍ଚ ଶିକ୍ଷା ବିଭାଗ ଦେଇଛି। ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

Advertisment

ମନ୍ତ୍ରୀ  କହିଛନ୍ତି, ବିଗତ ଦିନରେ ଡିସେମ୍ବର ଯାଏଁ ନାମଲେଖା ପ୍ରକ୍ରିୟା ଚାଲିଥିଲା। ଚଳିତବର୍ଷ ଜୁଲାଇ ମାସରୁ ପାଠ ପଢା ଆରମ୍ଭ କରିଥିଲୁ। ତଥାପି କିଛି ସିଟ୍ ଫାଙ୍କା ଅଛି। ସେଥିପାଇଁ ପୁଣି ଥରେ ନାମ ଲେଖା ପାଇଁ ବିଜ୍ଞାପନ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ:Cyclone Montha damage assessment: ବାତ୍ୟା ପ୍ରଭାବିତ ଅଞ୍ଚଳବାସୀ ବିଚଳିତ ହୁଅନ୍ତୁ ନାହିଁ, ଖୁବଶୀଘ୍ର ମିଳିବ ସହାୟତା ରାଶି: ରାଜସ୍ବ ମନ୍ତ୍ରୀ

ଶିକ୍ଷାକୁ ଦକ୍ଷତା ଭିତ୍ତିକ ଶିକ୍ଷା ସହ ଯୋଡ଼ିବାକୁ ପ୍ରୟାସ

ଜାତୀୟ ଶିକ୍ଷାନୀତି ଲାଗୁ ପରେ ସାଧାରଣ ଶିକ୍ଷାକୁ ଦକ୍ଷତା ଭିତ୍ତିକ ଶିକ୍ଷା ସହ ଯୋଡ଼ିବାକୁ ପ୍ରୟାସ କରାଯାଇଛି। ପୂର୍ବରୁ ଯେଉଁଥିପାଇଁ ସିଟ୍ ଖାଲି, ଡ୍ରପ ଆଉଟ୍ ଏବଂ GER କମ୍ ରହୁଥିଲା ସେଥିରେ ପରିବର୍ତ୍ତନ ଆସିବ। ସାଧାରଣ ଶିକ୍ଷାକୁ ସ୍କିଲ୍ ସହ ଯୋଡ଼ିବାକୁ ପଡ଼ିବ। ସାଧାରଣ ଶିକ୍ଷାରେ ଜୀବନ ଜୀବିକା ସମ୍ଭାଳିବା ଅସୁବିଧା ହେଉଥିବାରୁ ସାଧାରଣ ଶିକ୍ଷାରୁ  ଛାତ୍ରଛାତ୍ରୀ ମୁହଁ ଫେରାଉଛନ୍ତି।

ଆହୁରି ପଢ଼ନ୍ତୁ:To make campus drug-free: ପ୍ରତି କ୍ୟାମ୍ପସ୍‌ରେ ନିଯୁକ୍ତ ହେବେ ଆଣ୍ଟି ଡ୍ରଗ ଇନ୍ସପେକ୍ଟର: ଉଚ୍ଚଶିକ୍ଷା ମନ୍ତ୍ରୀ

ଜାତୀୟ ଶିକ୍ଷା ନୀତି ଅନୁସାରେ ଯେକୌଣସି ପାଠ ପଢିଲେ ବି ଦକ୍ଷତା ହାସଲ କରିପାରିବେ। ଉଚ୍ଚ ଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେଉଛି। ବିଭିନ୍ନ ସଂସ୍ଥା ସହ ଚୁକ୍ତି ସ୍ବାକ୍ଷରିତ ହେଉଛି। ଏବେ ଗୋଟିଏ ସଂସ୍ଥା ୫ ହଜାର ପିଲାଙ୍କୁ ଟ୍ରେନିଂ ଦେଉଛି। ସିଙ୍ଗାପୁର ଜାତୀୟ ବିଶ୍ବବିଦ୍ୟଳୟ ସହ ମଧ୍ୟ ଟାଏ ଅପ୍ ହୋଇଛି। ସାଧାରଣ ଶିକ୍ଷାର ଚମକ କିପରି ଫେରି ଆସିବ ସେନେଇ ପ୍ରଚେଷ୍ଟା ଜାରି ରହିଛି ବୋଲି  ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।