ଭିସୁଟ୍‌ ଅଶାନ୍ତ: ଛାତ୍ର ଗଣ୍ଡଗୋଳରୁ ଉତ୍ତେଜନା

ବୁର୍ଲା : ଦୁଇ ଛାତ୍ରାବାସ ମଧ୍ୟରେ ଗଣ୍ଡଗୋଳରୁ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ରେ ଛାତ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଗଣ୍ଡଗୋଳ ଭିସୁଟ୍‌ରେ ଚାଲିଥିବା ବାର୍ଷିକ ଉତ୍ସବ ‘ବସନ୍ତ ୨କେ୧୮’ରୁ ଆରମ୍ଭ ହୋଇଥିଲା। ଶନିବାର ରାତିରେ ‘କ୍ରତୁ ହଲ ଅଫ ରେସିଡେନ୍‌ସ’ର କିଛି ଛାତ୍ର ‘ମରିଚି ହଲ ଅଫ ରେସିଡେନ୍‌ସ’ରେ ପ୍ରବେଶ କରି ସେହି ହଷ୍ଟେଲର ଜଣେ ଛାତ୍ରଙ୍କୁ ମାଡ଼ ମାରିଥିଲେ। ଖବର ପାଇ ମରିଚି ହଷ୍ଟେଲର ଛାତ୍ରଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ରାତି ପ୍ରାୟ ସାଢ଼େ ୧୦ଟାରେ ସେମାନେ ଦଳଦଳ ହୋଇ ମୁଖ୍ୟ ରାସ୍ତା ଉପରକୁ ବାହାରି ପ୍ରବଳ ପାଟିତୁଣ୍ଡ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁଇ ଛାତ୍ରବାସର ଛାତ୍ରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଏଡ଼ାଇବାକୁ ଯାଇ ପୁଲିସ ମୃଦୁ ଲାଠି ଚାଳନା କରିଛି। ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିଲାବେଳେ କ୍ୟାମ୍ପସରେ ପୁଲିସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର