ଶ୍ମଶାନରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଟାଙ୍ଗିଲା ଛାତ୍ର କଂଗ୍ରେସ

କରୋନାଜନିତ ମୃତ୍ୟୁର ଶ୍ରେୟ ନେବାକୁ ଦାବି

ବରଗଡ଼ : କରୋନା ଭଳି ସମ୍ବେଦନଶୀଳ ସ୍ଥିତିରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଟିକାକରଣ ନେଇ ରାଜନୀତି କରିବାରେ ବ୍ୟସ୍ତ ଅଛନ୍ତି ବୋଲି ଜିଲ୍ଲା ଛାତ୍ର କଂଗ୍ରେସ ଅଭିଯୋଗ କରିଛି। ବର୍ତମାନ ପର୍ଯ୍ୟନ୍ତ ଦେଶରେ କେବଳ ୫୦% ଲୋକଙ୍କୁ ଟିକା ମିଳିଛି। ଶହେ ପ୍ରତିଶତ ଟିକାକରଣ ଉପରେ ଗୁରୁତ୍ବ ନଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଟିକାକରଣ ଶ୍ରେୟ ରାଜନୀତିରେ ବ୍ୟସ୍ତ ଅଛନ୍ତି। ତେବେ କ‌ରୋନାରେ ମୃତ୍ୟୁର ଶ୍ରେୟ ବି ନେବାକୁ ଛାତ୍ର କଂଗ୍ରେସ ଦାବି କରିବା ସହ ଉଭୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଜୀରା ନଦୀ କୂଳରେ ଶ୍ମଶାନ ଘାଟରେ ଟାଂଗିଛି। ଛାତ୍ର କଂଗ୍ରେସ ସୋସିଆଲ ମିଡ଼ିଆ ଉପାଧ୍ୟକ୍ଷ ଅଭିଷେକ ନାୟକ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଗୌରବ ପତିଙ୍କ ସମେତ ଅନ୍ୟ କର୍ମକର୍ତା ଏଥିରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର