ସୁବର୍ଣ୍ଣପୁର: ହୋଲି ଖେଳ ପରେ ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଛି ଅଘଟଣର ଖବର । ଆଜି ସୁବର୍ଣ୍ଣପୁରରେ ନଦୀରେ ବୁଡି ଜଣେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଥିବା ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି।
ଛାତ୍ର ଜଣକ ହୋଲି ଖେଳି ମହାନଦୀରେ ଗାଧୋଇବା ବେଳେ ଏହି ଅଘଟଣ ଘଟିଛି । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ଆଠଗଡ ନରସିଂହପୁର ବ୍ଲକ ମାଙ୍କଡଭୂଇଁଆ ମହାନଦୀ ଘାଟରେ ମଧ୍ୟ ଅଘଟଣ ଘଟିଥିବା ସୂଚନା ମିଳିଛି।
ନଦୀରେ ଗାଧୋଉଥିବାବେଳେ ୨ଜଣ ଯୁବକ ନିଖୋଜ ହୋଇଯାଇଥିଲେ । ଏହାପରେ ସେମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । ଉଦ୍ଧାର ଦୁଇଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା ଜଣାପଡିଛି । ସେହିପରି ସମ୍ବଲପୁର ଶାସନ ଥାନା ପରମାଣପୁରରେ ଗୋଟିଏ ଟ୍ରଲରକୁ ପଛପଟୁ ବାଇକ୍ ପିଟିଦେଇଛି । ଏହି ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି ।