ଦାବି ଜଣାଇବା ଲାଗି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଚାଲିଚାଲି ଆସୁଥିଲେ ଛାତ୍ରଛାତ୍ରୀ: ବୁଝାସୁଝା ପରେ ଫେରିଗଲେ

ବାରିପଦା: ଅଧିକସଂଖ୍ୟକ ଶିକ୍ଷକ ଯୋଗାଇ ଦେବା ଦାବି ନେଇ ପୁଣି ସୁବର୍ଣ୍ଣରେଖା ଇରିଗେସନ୍ ପ୍ରୋଜେକ୍ଟ କମ୍ପୋଜିଟ ସ୍କୁଲରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଚାଲିଚାଲି ଆସୁଥିଲେ ଛାତ୍ରଛାତ୍ରୀ। ସେମାନେ ପ୍ରାୟ ୪ କିଲୋମିଟର ବାଟ ଚାଲିଥିଲେ। ହେଲେ ଅଧା ରାସ୍ତାରେ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଟକାଇଥିଲେ। ସେମାନଙ୍କୁ ବୁଝାସୁଝା ପରେ ପୁଣି ସ୍କୁଲକୁ ଫେରିଥିଲେ ଛାତ୍ରଛାତ୍ରୀ।

ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ,  ସୁବର୍ଣ୍ଣରେଖା ଇରିଗେସନ୍ ପ୍ରୋଜେକ୍ଟ କମ୍ପୋଜିଟ ସ୍କୁଲରେ ୩୩୯ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ହେଲେଶିକ୍ଷାଦାନ ଲାଗି ମାତ୍ର ୩ଜଣ ଶିକ୍ଷକ ଅଛନ୍ତି। ଏହାଫଳରେ ଠିକ୍ ଭାବେ ପାଠପଢ଼ା ହେଉନାହିଁ। ଏଣୁ ସ୍କୁଲକୁ ଆବଶ୍ୟକସଂଖ୍ୟକ ଶିକ୍ଷକ ଯୋଗାଇ ଦେବା ଦାବୀ ନେଇ ସେମାନେ ଜିଲ୍ଲାପାଳଙ୍କୁ ଗୁହାରି କରିବାକୁ  ଚାଲିଚାଲି ଆସିଥିଲେ।

ସମ୍ବନ୍ଧିତ ଖବର