ମାଟ୍ରିକ ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ

କଟକ: ମାର୍କକୁ ନେଇ ପିଲାଙ୍କ ମନ ଖରାପ। ମାଟ୍ରିକ ପରୀକ୍ଷା ଫଳକୁ ନେଇ କଟକ କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏନେଇ ଆଜି ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍କୁଲ ରେ ଏକାଠି ହୋଇ ପ୍ରତିବାଦ ଜଣାଇଛନ୍ତି। ଏପରିକି ବୋର୍ଡ ଅଫିସ୍ ସମ୍ମୁଖରେ ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମେଳି ହୋଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

କେଉଁ କାରଣରୁ ମାର୍କ କମିଲା ସେ ନେଇ ସେମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି। କରୋନା ସ୍ଥିତି ଯୋଗୁଁ ସ୍ୱତନ୍ତ୍ର ମାପଦଣ୍ଡ ଅନୁସାରେ ମାଟ୍ରିକ ପିଲାଙ୍କ ମୂଲ୍ୟାୟନ କରାଯାଇ ପରୀକ୍ଷା ଫଳ ପ୍ରକାଶ କରାଗଲା। ତେବେ ଏନେଇ କିଛି ଜାଗାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେମାନଙ୍କ ମାର୍କ କମିଯାଇଥିବା ଅଭିଯୋଗ କରୁଛନ୍ତି ।

ସେହିପରି ଭୁବନେଶ୍ୱରରେ ମଧ୍ୟ ମାଟ୍ରିକ୍ ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ନିଳାଦ୍ରୀ ବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାର୍କକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସ୍କୁଲ ପରିସରରେ ଛାତ୍ରଛାତ୍ରୀମାନେ ରୁଣ୍ଡ ହୋଇ ଏହାର ପ୍ରତିବାଦ କରିବା ସହ ଏହାର ପୁନର୍ବିଚାର କରିବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର