ଦୁଇ ଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳ : ରାତିରେ ପରିବା ବ୍ୟାଗରେ ନୋଡାଲ ସେଣ୍ଟରକୁ ଗଲା ଉତ୍ତର ଖାତା

ଉଦଳା(୧) : ଆଜି ଥିଲା ଯୁକ୍ତ ୨ର ବିଜ୍ଞାନ ବିଭାଗର ଇଂରାଜୀ ପରୀକ୍ଷା। ମୟୂରଭଞ୍ଜ ଜିଲ୍ଲା ଉଦଳା ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟରେ ୭୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ଦେବା ପରେ କଲେଜ ସୁପରିନଟେଣ୍ଡେଣ୍ଟ ଏବଂ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଉତ୍ତର ଖାତା ସିଲ୍ ହେବା ପରେ ନୋଡାଲ ସେଣ୍ଟର (ଉଦଳା କଲେଜ)କୁ ଯାଇଥିଲା। ପରେ ଖାତାଗୁଡିକ ସ୍ଥାନୀୟ ପୋଷ୍ଟ ଅଫିସ୍‌ ମାଧ୍ୟମରେ ବୋର୍ଡ ଅଫିସକୁ ପଠାଗଲା। ହେଲେ ୭୧ ଜଣ ଛାତ୍ରୀଙ୍କ ମଧ୍ୟରୁ ୬୯ ଜଣଙ୍କ ପରୀକ୍ଷାର ଉତ୍ତର ଖାତା ବୋର୍ଡ ଅଫିସକୁ ଯାଇଥିବା ବେଳେ ୨ଜଣ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା କଲେଜରେ ରହିଯାଇଥିଲା। ୨ଜଣଙ୍କ ଉତ୍ତର ଖାତା ୬ ଘଣ୍ଟା ଧରି ପରୀକ୍ଷା କେନ୍ଦ୍ରରେ ପଡ଼ି ରହିଲା। ଶେଷରେ ରାତିରେ ୨ଟି ପରୀକ୍ଷା ଖାତାକୁ ଏକ ପରିବା ବ୍ୟାଗରେ ଭର୍ତ୍ତି କରି ଜଣେ କର୍ମଚାରୀ ଅଧ୍ୟକ୍ଷାଙ୍କ ସହିତ ପୁଲିସ ଗାଡ଼ିରେ ଉଦଳା କଲେଜ ନୋଡାଲ ସେଣ୍ଟରରେ ଦାଖଲ କରିଥିଲେ। ଏ ବାବଦରେ ଅଧ୍ୟକ୍ଷା ତଥା ପରୀକ୍ଷା କେନ୍ଦ୍ର ସୁପରିନଟେଣ୍ଡେଣ୍ଟ ଜୟଶ୍ରୀ ଚୌଧୁରୀଙ୍କୁ ପଚାରିବାରୁ ସେ ନିଜର ଅବହେଳାକୁ ସ୍ବୀକାର କରିଥିଲେ।
ନକଲି କଲେଜରେ ଅସଲି ପରୀକ୍ଷାର୍ଥୀ ଘଟଣା

ସମ୍ବନ୍ଧିତ ଖବର