ପାରଳାଖେମୁଣ୍ଡି : ଗତକାଲି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଲାବଣ୍ୟଗଡ ମାରଙ୍ଗି ପ୍ରାଥମିକ ବିଦ୍ୟାଳୟରେ ବିଷାକ୍ତ ଖାଦ୍ୟ ଖାଇ ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରୀ ତୁନି ରଇତର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଛାତ୍ରୀ ଗୁରୁତର ଅବସ୍ଥାରେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଆଜି ସେମାନଙ୍କ ମଧ୍ୟରୁ ୪ ଜଣ ଛାତ୍ରୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଉ ଜଣେ ବ୍ରହ୍ମପୁରରେ ଚିକିତ୍ସିତ ହେଉଥିବା ଡିଇଓ ପ୍ରଦୀପ କୁମାର ନାଗ ସୂଚନା ଦେଇଛନ୍ତି। ଛାତ୍ରୀ ଟୁନିର ଶବ ବ୍ୟବଚ୍ଛେଦ ପରେ ପିତା ମିଶାଲ ରଇତଙ୍କୁ ହସ୍ତାନ୍ତର କରଯାଇଛି । ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ଚୋଧୁରୀ ଓ ଶିକ୍ଷୟତ୍ରୀ ଅନିତା ନାୟକଙ୍କୁ ଜିଲ୍ଲାପାଳ ଅନୁପମ ସାହା କାର୍ଯ୍ୟରୁ ନିଲମ୍ବନ କରିଥିବାବେଳେ କେଉଁ କାରଣରୁ ଖାଦ୍ୟରେ ବିଷକ୍ରିୟା ହୋଇଥିଲା, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବାରୁ ସେ ସମ୍ପର୍କରେ ଜଣାପଡ଼ିନାହିଁ।
ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ଘଟଣା : ଘରକୁ ଫେରିଲେ ୪ ଛାତ୍ରୀ, ଜଣେ ବ୍ରହ୍ମପୁରରେ ଚିକିତ୍ସାଧୀନ
/sambad/media/post_attachments/wp-content/uploads/2019/03/gajapti.jpg)