ଜାତୀୟ ଦିବସରେ ସ୍କୁଲ ଛାତ୍ରଛାତ୍ରୀ ମାଗଣାରେ ବୁଲିବେ ଭିତରକନିକା

ରାଜନଗର : ଜାତୀୟ ଦିବସମାନଙ୍କରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାଗଣାରେ ଭିତରକନିକା ବୁଲିପାରିବେ। ଏଥିସହ ପୂର୍ବରୁ ଜଣେ ହେଉ କି ଦୁଇ ଜଣ କିମ୍ବା ୫ଜଣ ପର୍ଯ୍ୟଟକ ଭିତରକନିକାକୁ ଜଳପଥରେ ବୁଲିବାକୁ ଚାହିଁଲେ ପୂରା ବୋଟକୁ ବୁକିଂ କରିବାକୁ ପଡୁଥିଲା। ଏଥର ଦେଢଶହ ଟଙ୍କାରେ ଟିକେଟ କାଟି ପର୍ଯ୍ୟଟକମାନେ ଜଳପଥରେ ଭିତରକନିକା ବୁଲି ପାରିବେ। ସେହିପରି ଗୁପ୍ତିରୁ ଡାଙ୍ଗମାଳ, ଗୁପ୍ତିରୁ ହବାଳିଖଟି, ଖୋଳାରୁ ଡାଙ୍ଗମାଳ, ଖୋଳାରୁ ହବାଳିଖଟି, ଜୟନଗରରୁ ଡାଙ୍ଗମାଳ ବୋଟ୍‌ ଭଡା ୨ଶହ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି। ଆଜି ଏଠାରେ ଆୟୋଜିତ ଭିତରକନିକା ଇକୋ ଟୁରିଜିମ ଆଣ୍ତ ଇକୋ ଡେଭଲପମେଣ୍ଟ ସୋସାଇଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର