ସମ୍ବଲପୁର: ଗୁରୁନାନକ ପବ୍ଲିକ୍ ସ୍କୁଲ୍ରେ ମହୁମାଛି ଆତଙ୍କ। ପିଲାମାନେ ଖେଳୁଥିବା ସମୟରେ ବିଦ୍ୟାଳୟର ନୂଆ କୋଠାରେ ହୋଇଥିବା ମହୁଫେଣାରେ ବଲ୍ ବାଜିଥିଲା। ବଲ୍ ବାଜିବା ପରେ ମହୁମାଛିମାନେ ଛାତ୍ରଛାତ୍ରୀଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ। ୧୦ରୁ ୧୫ ଜଣ ଛାତ୍ରଛାତ୍ରୀ ମହୁମାଛି ଆକ୍ରମଣରେ ଆହତ ହୋଇଥିଲେ।
କିଛି କର୍ମଚାରୀଙ୍କୁ ମଧ୍ୟ ମହୁମାଛି ଆକ୍ରମଣ କରିଥିଲେ। ତୁରନ୍ତ ସେମାନଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସମସ୍ତେ ସୁସ୍ଥ ଅଛନ୍ତି।