ନୂଆପଡ଼ା: ଆଜିର ବିଜ୍ଞାନ ଯୁଗରେ ଲୋକ ଭୂତପ୍ରେତରେ ବିଶ୍ବାସ କରୁଛନ୍ତି । ନୂଆପଡ଼ା ଜିଲ୍ଳାରୁ ଆସିଛି ଏମିତି ଏକ ଖବର। ଭୂତ ଭୟରେ ପିଲାମାନେ ସ୍କୁଲ ଯିବା ବନ୍ଦ କରିଦେଇଛନ୍ତି। ଖାଲି ସେତିକି ନୁହେଁ, କୁଆଁରୀ ଝିଅଙ୍କୁ ଗାଁ ବାହାରକୁ ବିଦା କରି ଦେଉଛନ୍ତି ପରିବାର ଲୋକେ । ଜିଲ୍ଲାର ଝାରବନ୍ଧ ପଂଚାୟତ ନାଗଝର ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
/sambad/media/post_attachments/wp-content/uploads/2019/09/vlcsnap-2019-09-18-12h22m04s115.png)
ନାଗଝର ଗାଁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ପାଖାପାଖି ୧୨୦ ଜଣ ଛାତ୍ରଛାତ୍ରୀ ଭୂତ ଭୟରେ ବିଦ୍ୟାଳୟ ଆସିବାକୁ ଡରୁଛନ୍ତି । ଗାଁ ଲୋକଙ୍କ କହିବା ଅନୁସାରେ, ଜୁଲାଇ ମାସରେ ସ୍କୁଲରେ ପ୍ରଥମେ ଭୂତ ବାହାରିବା କଥା ଶୁଣିବାକୁ ମିଳିଥିଲା । ବିଶେଷ କରି ସ୍କୁଲରେ ପାଠପଢୁଥିବା ଝିଅମାନଙ୍କଠାରେ ଭୂତ ସବାର ହେଉଥିବା ଆଲୋଚନା ହେଉଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଭୂତ ଲାଗିବା ପରେ ଝିଅଙ୍କ ଆଚରଣରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖିବାକୁ ମିଳୁଛି । କିଛି ଅଭିଭାବକ ସେମାନଙ୍କର ପିଲାଙ୍କୁ ପାଖ ଗାଁ ସ୍କୁଲକୁ ପଢିବାକୁ ଛାଡୁଛନ୍ତି । ଯେଉଁ କାରଣରୁ ବର୍ତ୍ତମାନ ଏହି ସ୍କୁଲକୁ ୧୨୦ ପିଲାଙ୍କ ମଧ୍ୟରୁ ମାତ୍ର ୧୬ରୁ ୧୭ ଜଣ ଛାତ୍ରଛାତ୍ରୀ ପଢିବାକୁ ଯାଉଛନ୍ତି ।
/sambad/media/post_attachments/wp-content/uploads/2019/09/vlcsnap-2019-09-18-12h21m10s92_2.jpg)
ତେବେ ଖାଲି ସ୍କୁଲରେ କାହିଁକି ଏହି ଭୂତ ଭୟ ଏବେ ସମଗ୍ର ଗାଁକୁ ଗ୍ରାସ କରିଛି । ସନ୍ଧ୍ୟା ହେବା ମାତ୍ରରେ ଗାଁରେ ତାଟି ଆଉ କବାଟ ପଡି ଯାଉଛି ଏବଂ ଭୂତ ଭୟରେ ଲୋକଙ୍କ ମଧ୍ୟରେ ଖେଳିଯାଇଛି ଆତଙ୍କ । ସେପଟେ ଗ୍ରାମବାସୀଙ୍କ ମନରୁ ଏଭଳି ଚିନ୍ତାଧାରା ଦୂର କରିବା ପାଇଁ ଗତ ୧୫ ତାରିଖରେ ଖଡିଆଳ ଏସଡିପିଓ ଗାଁକୁ ଯାଇ ଲୋକଙ୍କୁ ବୁଝାସୁଝା କରିଥିଲେ ମାତ୍ର ଲୋକଙ୍କ ମନରେ ଏମିତି ଭୂତ ଭୟ ସବାର ହୋଇଛି ଯେ, କାହାରି କଥାକୁ ସେମାନେ ବିଶ୍ୱାସ କରିବାକୁ ରାଜି ନୁହନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/Studentd-Dropped-School-Due-to-Ghost_Thumbnail.jpg)