କଣ୍ଟାବାଞ୍ଜି: ବଲାଙ୍ଗୀରଜିଲ୍ଲା ମୁରିବାହଲ ବ୍ଲକର ମାକ୍ରିପଡା ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟରେ ଗତ ୧୭ ତାରିଖ ଦିନ ପାଖ ଗାଁର ୩ଜଣ ଯୁବକ ମାକ୍ରିପଡା ଗାଁର ନବମ ଶ୍ରେଣୀ ଛାତ୍ର ନିବେଶ ନାଗକୁ ସ୍କୁଲ ଭିତରେ ପଶି ମାଡ଼ ମାରିଥିଲେ। ଦଣ୍ଡ ମୁକ୍ତ ଅଞ୍ଚଳରେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ପାଇଁ ସାହସ କରୁ ନାହାନ୍ତି` କିନ୍ତୁ ବାହାର ଗାଁର ଯୁବକମାନେ ଗୁଣ୍ଡାରାଜ ବିଦ୍ୟାଳୟ ଭିତରେ କେମିତି କଲେ ତାହା ବଡ଼ ପ୍ରଶ୍ନ। ଏହି ଘଟଣାଟି ବିଦ୍ୟାଳୟର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଘଟିଛି।
ତେବେ ବିଦ୍ୟାଳୟର ଶିକ୍ଷକମାନଙ୍କ ସହ ଅଭିଭାବକ ମିଶି ଛାତ୍ରଙ୍କୁ ମାଡ଼ ମାରିଥିବା ୩ଯୁବକ ନାଁରେ ବ୍ଲକ ଶିକ୍ଷା ଅଧିକାରୀ ଓ ଥାନାରେ ଏତଲା ଦେଇଥିଲେ। ମାଡ଼ ମାରିଥିବା ଯୁବକମାନେ ପାଖ ଗାଁ ସରଦାପୁର ମାଲିପଡ଼ାର ଜୀବର୍ଧନ ବଗର୍ତ୍ତି, ଅଲେଖ ବଗର୍ତ୍ତି ଓ ବିନୋଦ ବଗର୍ତ୍ତି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି।
ଗତ ୬ ଦିନ ହେଲା ପରେ ମଧ୍ୟ ଏହାର କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ଆଜି ସକାଳୁ ଛାତ୍ରଛାତ୍ରୀ ଓ ଅଭିଭାବକ ମିଶି ସ୍କୁଲ ସମ୍ମୁଖରେ ଉତେଜନା କରିବା ସହ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସୁରକ୍ଷିତ ନାହାନ୍ତି ବୋଲି ଦାବି କରିଛନ୍ତି। ଏହା ସହ ମାଡ଼ ମାରିଥିବା ଯୁବକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିବୁ ନାହିଁ ବୋଲି ଦାବି କରିଛନ୍ତି।
ଏହାକୁ ନେଇ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବିକାଶ ଭୋଇ ମଧ୍ୟ ଘଟଣାସ୍ଥଳରେ ପହଁଚି ନିଜର ପ୍ରତିକ୍ରିୟାରେ ଏହାର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆଜି ପାଠ ପଢା ବନ୍ଦ କରି ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟର ସମ୍ମୁଖରେ ଉତ୍ତେଜନା କରୁଛନ୍ତି। ଅଭିଭାବକମାନଙ୍କ କହିବା ହେଲା ଛାତ୍ରଛାତ୍ରୀମାନେ ସରକାରୀ ବିଦ୍ୟାଳୟରେ ସୁରକ୍ଷିତ ନାହାନ୍ତି। ଯଦି ଏଭଳି ଗୁଣ୍ଡାଗିରି କରିଥିବା ଯୁବକମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ଆଗାମୀ ଦିନରେ ଆହୁରି ଛାତ୍ରଛାତ୍ରୀ ଆକ୍ରମଣର ଶିକାର ହେବେ। ଆମର ଦାବି ରହିଛି ଯେ ପର୍ଯ୍ୟନ୍ତ ଏଥିରେ ସମ୍ପୃକ୍ତ ଥିବା ଯୁବକ ମାନଙ୍କୁ ପୁଲିସ ଗିରଫ ନ କରିଛି ଆମେ ବିଦ୍ୟାଳୟକୁ ଆମ ପିଲାଙ୍କୁ ପାଠ ପଢେଇବା ପାଇଁ ଛାଡ଼ିବୁ ନାହିଁ। ଏହାକୁ ନେଇ ଗ୍ରାମବାସୀ ଓ ଅଭିଭାବକ ମାନେ କଣ୍ଟାବାଞ୍ଜି ଏସ୍ଡିପିଓ ଙ୍କ ସହ ମଧ୍ୟ ଆଲୋଚନା କରିଥିବା ସୂଚନା ମିଳିଛି।
Education | Crime | Balangir