ବାଣୀବିହାର ଜମିରେ ଆରଡି ଦ୍ୱିତୀୟ କ୍ୟାମ୍ପସ ପ୍ରସଙ୍ଗ: କୁଳପତିଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦେଲେ ଛାତ୍ରଗୋଷ୍ଠୀ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ୩୦ ଏକ ଜମି ରାମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଇଁ ଦେବା ନେଇ ସରକାରୀ ନିଷ୍ପତ୍ତି ପ୍ରତିବାଦରେ ଆଜି ପୁଣି ବାଣୀବିହାରରେ ଉତ୍ତେଜନା ଦେଖାଦେଇଛି। ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟ ରେ ତାଲା ପାଇ ଦେଇଛନ୍ତି କ୍ଷୁବ ଛାତ୍ରଗୋଷ୍ଠୀ। ଫଳରେ ଅଫିସ ଭିତରକୁ ଯାଇ ନ ପାରି କୁଳପତି ଅଫିସ ବାହାରେ ଦୀର୍ଘ ସମୟ ଧରି ଠିଆ ହୋଇଛନ୍ତି। ଅପରପକ୍ଷେ ଛାତ୍ର ସଂଗଠନଗୁଡ଼ିକୁ ନୈତିକ ସମର୍ଥନ ଦେଇଛନ୍ତି କର୍ମଚାରୀମାନେ। ଫଳରେ ଆଜି ପ୍ରଶାସନିକ ଦପ୍ତରରେ କୌଣସି କାର୍ଯ୍ୟ ହେଉ ନାହିଁ
ସୂଚନାଯୋଗ୍ୟ ଯେ ଗତ ୭ ଦିନ ହଲା ରାମାଦେବୀ ଦ୍ୱିତୀୟ ପ୍ରସଙ୍ଗକୁ ନେଇ ବାଣୀବିହାର ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ବିଭିନ୍ନ ଛାତ୍ର ସଙ୍ଗଠନର ଛାତ୍ରମାନେ କୁଳପତିଙ୍କୁ ଘେରାଉ କରିବା ସହିତ ଜାତୀୟ ରାଜପଥ ଅବରୋଧ କରି ସେମାନଙ୍କ ପ୍ରତିବାଦ ଜଣାଇ ଆସୁଛନ୍ତି। ତଥାପି ଏ ନେଇ ସରକାର ଓ ଉଚ୍ଚଶିକ୍ଷା ବିଭାଗ ନିରବ ରହିଥିବାରୁ ଏହାକୁ ନେଇ ଦିନକୁ ଦିନ ଉତ୍ତେଜନା ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର