ଟ୍ୟୁସନ ଯାଉଥିବା ନାବାଳିକାକୁ ଅସଦାଚରଣ! ଯୁବକକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୁଲେଇ ପଞ୍ଚାୟତରେ ଆଜି ଅପରାହ୍ଣରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନାରୁ ପ୍ରକାଶ, ଆଜି କୁଲେଇ ପଞ୍ଚାୟତର ଜନୈକ ନାବାଳିକା ଛାତ୍ରୀ ପାଖ ଗମ୍ଭାରିମୁଣ୍ଡା ଅଂଚଳକୁ ଟ୍ୟୁସନ ଯାଉଥିବା ବେଳେ ନିକାଞ୍ଚନ ସମୟର ଫାଇଦା ନେଇ ନିକଟସ୍ଥ ବିଞ୍ଜଳା ଗ୍ରାମର ଜନୈକ ଯୁବକ ଉକ୍ତ ଛାତ୍ରୀକୁ ଅସଦାଚରଣ କରିବା ଲକ୍ଷ୍ୟରେ ଜୋରଜବରଦସ୍ତ କରିଥିଲେ। ଛାତ୍ରୀ ଜଣଙ୍କର ଚିତ୍କାର ଶୁଣି ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳକୁ ଦୌଡିଆସି ଛାତ୍ରୀ ଜଣଙ୍କୁ ଉଦ୍ଧାର କରିଥିଲେ। ଗ୍ରାମବାସୀ ଅଭିଯୁକ୍ତକୁ କାବୁ କରି ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ। ଉତ୍ତେଜିତ ଲୋକେ ଅଭିଯୁକ୍ତ ଯୁବକକୁ ଉତ୍ତମ ମଧ୍ୟମ କରି ପୁଲିସକୁ ଖବର ଦେଇଥିଲେ।
ଖବରପାଇ ନାଚୁଣୀ ଫାଣ୍ଡି ଅଧିକାରୀ ମୁକେଶ ଚନ୍ଦ୍ର ବେହେରା ସଦଳବଳ ମହାନ୍ତିଗାଁ ମଝିରେ ହାତଗୋଡ ବନ୍ଧାଥିବା ଅଭିଯୁକ୍ତ ଯୁବକଙ୍କୁ ଉଦ୍ଧାର କରି ବାଣପୁର ସରକାରୀ ମେଡିକାଲକୁ ଆବଶ୍ୟକ ଚିକିତ୍ସା ପାଇଁ ପଠାଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ବିଟ କିମ୍ବା ବାଣପୁର ଥାନାରେ ଏତଲା ଦାଖଲ ହୋଇନଥିଲେ ମଧ୍ୟ ଘଟଣାର ସମ୍ବେଦନଶୀଳତାକୁ ଅନୁଭବକରି ଏବାବଦରେ ପୁଲିସ ଘଟଣାର ତନାଘନା ଜାରି ରଖିଛି।
ସମ୍ବନ୍ଧିତ ଖବର