ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲାରେ ବିଶ୍ୱ ଛାତ୍ରଛାତ୍ରୀ ଦିବସ ପାଳିତ ହୋଇଯାଇଛି। ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲ୍ ମ୍ୟାନ୍ ଡ. ଏପିଜେ ଅବଦୁଲ କଲାମଙ୍କ ଜନ୍ମଦିନ ୧୫ ଅକ୍ଟୋବରକୁ ସାରା ପୃଥିବୀରେ ବିଶ୍ୱ ଛାତ୍ରଛାତ୍ରୀ ଦିବସ ରୂପେ ପାଳନ କରାଯାଉଥିବାବେଳେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରର ବିକାଶ କରାଇବା ସହ ଭାରତର ଭବିଷ୍ୟତକୁ ନେଇ କରିଥିବା ଚିନ୍ତା ବିଷୟରେ ସେମାନଙ୍କୁ ପରିଚିତ କରାଇ ଦିଆଯାଇଥାଏ।

Advertisment

ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ ବ୍ଲକ୍ ରେ ଚୟନ ହୋଇଥିବା ଶହେଟି ୫-ଟି ଉଚ୍ଚବିଦ୍ୟାଳୟର ପିଲାମାନଙ୍କୁ ହାଇଡ୍ରୋ ରକେଟ୍ ପରୀକ୍ଷଣ କରି ଦେଖାଯାଇଥିଲା । ଶହେଟି ଉଚ୍ଚବିଦ୍ୟାଳୟର ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ୧୦ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷଣକୁ ନିଜ ଆଖିରେ ଦେଖିବା ସହ ଏହାର ଉତକ୍ଷେପଣ କୌଶଳକୁ ବୁଝିଥିଲେ। ବୈଜ୍ଞାନିକ ସାର ଆଇଜାକ୍ ନ୍ୟୁଟନଙ୍କ ତୃତୀୟ ନିୟମ ଅନୁସାରେ ଏହି ରକେଟ୍ ଉତକ୍ଷେପଣ କାର୍ଯ୍ୟକାରୀ ହୋଇଥିଲା। ଗୋଟିଏ ଅଳ୍ପ ପାଣିଥିବା ଜାର ମଧ୍ୟରେ ବାଇସାଇକେଲ ପମ୍ପ ମାଧ୍ୟମରେ ବାୟୁ ଭର୍ତ୍ତି କଲାପରେ ଏହା ଉପରକୁ ଉଠି ପୁଣି ତଳକୁ ଖସି ଥିଲା। ଏହାକୁ ହାଇଡ୍ରୋ ରକେଟ୍ ଲଞ୍ଚିଂ କୌଶଳ ବୋଲି ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା। ସମଗ୍ର ଜିଲ୍ଲାରେ ଏହି ପ୍ରକଳ୍ପର ନାମ “ବିଜ୍ଞାନ ପରୀକ୍ଷାଗାର ବା ପ୍ରୟୋଗଶାଳାରେ ଉଡ୍ଡାନ” ନାମ ଦିଆଯାଇଥିଲା।

publive-image

ଏହି କୌଶଳ ପ୍ରଦର୍ଶନ ସମୟରେ ବିଭିନ୍ନ ବିଦ୍ୟାଳୟରେ ଗୋଷ୍ଠୀ ଶିକ୍ଷାଧିକାରୀ, ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ପଂଚାୟତିରାଜ ପ୍ରତିନିଧି ଯୋଗ ଦେଇ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ଉତ୍ସାହିତ କରିଥିଲେ । ବିଭିନ୍ନ ସ୍କୁଲରେ ଏହି ଅବସରରେ କଲାମଙ୍କ ଜୀବନୀ ଏବଂ କର୍ମପରାୟଣତାକୁ ନେଇ ପ୍ରାମାଣିକ ଚିତ୍ର ପ୍ରଦର୍ଶନ ମଧ୍ୟ ହୋଇଥିଲା ।