ଭୁବନେଶ୍ବର: ଏଣିକି ସ୍କୁଲରେ ଯୋଗ ବା ପ୍ରାଣାୟମ ବାଧ୍ୟତାମୂଳକ ହେବ। ରାଜ୍ୟ ସରକାରଙ୍କ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ନିର୍ଦ୍ଦେଶାନାମା ଜାରି ହୋଇଛି। ଗତ ମେ’ ୬ ତାରିଖରେ କମିସନରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।
ଶରୀରକୁ ଯୋଗ ନିରୋଗ କରୁଛି। ସୁସ୍ଥ ରହିବାରେ ସାହାଯ୍ୟ କରୁଛି। ଭାରତ ସରକାର ଯୋଗକୁ ଗୁରୁତ୍ବ ଦେଉଛନ୍ତି। ପୂରା ବିଶ୍ବରେ ଯୋଗକୁ ଗ୍ରହଣ କରାଯାଇଛି। ପ୍ରତିବର୍ଷ ଜୁନ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଛି।
ନିଷ୍ପତ୍ତି ଅନୁସାରେ, ବିଦ୍ୟାଳୟରେ ପ୍ରାର୍ଥନା ପରେ ୧୦ ମିନିଟ୍ ଯୋଗ କରିବେ ଛାତ୍ରଛାତ୍ରୀ। ଦଣ୍ଡାୟମାନ ଅବସ୍ଥାରେ ହୋଇପାରୁଥିବା ଯୋଗା ବା ପ୍ରାଣାୟମ କରିବେ। ଏଥିରୁ କିଛି ଛାତ୍ରଛାତ୍ରୀଙ୍କୁ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଚିହ୍ନଟ ହେବେ। ଜିଲ୍ଲା ସ୍ତରରେ ଭଲ ପ୍ରଦର୍ଶନ ଆଧାରରେ ସ୍କୁଲକୁ କିଟ୍ସ ପ୍ରଦାନ କରାଯିବ। ସ୍କୁଲ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା କ୍ଷେତ୍ରରେ ପ୍ରୋତ୍ସାହନ କରିବା ପାଇଁ ରାଜ୍ୟ ସରକାରଙ୍କୁ ପକ୍ଷରୁ ଏହି ପ୍ରୟାସ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/48fc5bd9-8593-4e80-b566-73dba51b2806.jpeg)