ଶିକ୍ଷକ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ବିଂଝାରପୁର : ବିଂଝାରପୁର ବ୍ଲକ୍ ଉତ୍ତରକୂଳ ପଞ୍ଚାୟତ ବରକୋଟି ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନରେନ୍ଦ୍ର ବାଗଲାଙ୍କ ବଦଳିକୁ ବିରୋଧ କରି ଆଜି ଛାତ୍ରଛାତ୍ରୀ ଓ ଅଭିଭାବକ ଆନ୍ଦୋଳନ କରିଛନ୍ତି। ଫାଟକ ବନ୍ଦକରି ରାସ୍ତାରେ ବସିରହିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଥଲା। ବଦଳି ଆଦେଶ ପ୍ରତ୍ୟାହାର ନହେବାଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ଛାତ୍ରଛାତ୍ରୀ ଚେତାବନୀ ଦେଇଥିଲେ। ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ସେକ ନିଜାମୁଦ୍ଦିନ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ଏକମାସ ମଧ୍ୟରେ ସଂପୃକ୍ତ ଶିକ୍ଷକଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥଲା।

ସମ୍ବନ୍ଧିତ ଖବର