କୋଷାଗୁମୁଡ଼ା/କୋଡ଼ିଙ୍ଗା: ନବରଂଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କଟାଗାଁସ୍ଥିତ ବୀର ଚାଉଁରିଆ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପ୍ରବେଶକୁ ନେଇ ସାମସ ପୋର୍ଟାଲ ସାଇଟ ଚଳିତ ମାସ ଏକ ତାରିଖ ଠାରୁ ଖୋଲୁ ନଥିବାକୁ ନେଇ ଦେଖାଦେଇଛି ସମସ୍ୟା। ଚଳିତ ବର୍ଷରୁ ନୂତନ ଭାବେ କଟାଗାଁ ବୀର ଚାଉଁରିଆ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କରାଯାଇଛି। ଯୁକ୍ତ ୨ କଳାରେ ୧୨୮, ବିଜ୍ଞାନରେ ୧୨୮ ଜଣ ଛାତ୍ର ଛାତ୍ରୀ ନାମ ଲେଖାଇବା ପାଇଁ ଅନଲାଇନ ମାଧ୍ୟମରେ ପଞ୍ଜିକୃତ କରିବାପାଇଁ ବିଦ୍ୟାଳୟ ପକ୍ଷରୁ ପ୍ରଚାର କରାଯାଇଥିଲା। କଳାରେ ୧୩୦ଜଣ, ବିଜ୍ଞାନରେ ୯୬ଜଣ ପଞ୍ଜିକରଣ କରିଛନ୍ତି। ଏଥିପାଇଁ ଶିକ୍ଷକ ମଧ୍ୟ ନିଯୁକ୍ତି ହୋଇଛନ୍ତି।
ଚଳିତ ମାସ ଏକ ତାରିଖରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ଦିନ ଥିବାରୁ ବିଦ୍ୟାଳୟରେ ଛାତ୍ର ଛାତ୍ରୀମାନେ ପହଞ୍ଚିଥିଲେ। ପଞ୍ଜିକରଣ କରିଥିବା ସାମସ ପୋର୍ଟାଲ ସାଇଟ ଖୋଲୁ ନଥିବାରୁ ଛାତ୍ରଛାତ୍ରୀ ନିରାଶ ହୋଇ ଘରକୁ ଫେରିଯାଇଥଲେ। ସେହିଦିନ ଠାରୁ ଆଜିପର୍ଯ୍ୟନ୍ତ ସାଇଟ ଖୋଲୁ ନଥିବାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଭାଗୀୟ ଡାଇରେକ୍ଟରଙ୍କୁ ଯୋଗାଯୋଗ କରି ବିଫଳ ହେବାରୁ ଏକ ପ୍ରତିନିଧି ମଣ୍ଡଳ ଗଠନ କରାଯାଇଥିଲା। ଚିତ୍ଡାରଞ୍ଜନ ଗୌଡ଼, ସୋମନାଥ ଭତ୍ରା, ପଦମନ ନାୟକ, ସଂଗ୍ରାମ କଲାର, ପ୍ରହ୍ଲାଦ ଭତ୍ରା, ଧନର ହରିଜନ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଜଣାଇଥିଲେ। ମନୋହର ରନ୍ଧାରୀଙ୍କ ଶହ ଏହି ପ୍ରତିନିଧି ମଣ୍ଡଳ ଭୁବନେଶ୍ୱର ପହଞ୍ଚି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଭେଟି ବିଦ୍ୟାଳୟର ସମସ୍ୟା ବିଷୟରେ ଜଣାଇ ଆଲୋଚନା କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଥିଲେ।
/sambad/media/post_attachments/wp-content/uploads/2024/08/45c1fe9a-8406-4021-b503-39f70841840e-e1723816622977.jpeg)
ମୁଖ୍ୟମନ୍ତ୍ରୀଙ୍କ ଶହ ଆଲୋଚନା ପରେ ସମସ୍ୟାର ସମାଧାନ ହେବ ବୋଲି ଯାଇଥିବା ପ୍ରତିନିଧି ମଣ୍ଡଳଙ୍କୁ ଆଶ୍ୱାସନା ମିଳିଥିଲା। ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ନହେବାରୁ ଆଜି ବାଧ୍ୟ ହୋଇ ସାତଖଣ୍ଡ ପଞ୍ଚାୟତବାସୀ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ଶହ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଭିତରକୁ ଯିବାକୁ ନଦେବାରୁ ବାଧ୍ୟ ହୋଇ ଗଛତଳେ ଶିକ୍ଷାଦାନ ଚାଲିଛି। ସମସ୍ୟାର ସମାଧାନ ନହେଲା ପର୍ଯ୍ୟନ୍ତ ବିଦ୍ୟାଳୟର ତାଲା ଖୋଲା ହେବନାହିଁ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/ec291fdc-0fcb-4918-958b-6a22b5695c31.jpeg)