ପ୍ରଧାନ ଶିକ୍ଷକ ଓ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ ବାହାର କରି ଆବାସିକ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରୀ ଓ ଅଭିଭାବକ

ବାଲେଶ୍ୱର: ସଦର ବ୍ଲକ୍‌ ଅନ୍ତର୍ଗତ ସାଜନପୁର ଆବାସିକ ବିଦ୍ୟାଳୟର ଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଶନିବାର ସକାଳେ ପ୍ରଧାନ ଶିକ୍ଷକ ଓ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ ବାହାରକୁ ଘୋଷାରି ଆଣିବା ପରେ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଥିଲେ।

ଆନୁମାନିକ ୪୫/୫୦ ବର୍ଷିୟ ପ୍ରଧାନ ଶିକ୍ଷକ ରାଜୀବ ଲୋଚନ ପାତ୍ର ଓ ୩୦ ବର୍ଷୀୟ ମହିଳା ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା କଥା ସନ୍ଦେହ କରି ସେମାନେ ଏ ପରି କରିଥିବା ଜଣାପଡ଼ିଛି। ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିବା କଥା ଦୀର୍ଘ ଦିନରୁ ସନ୍ଦେହ କରାଯାଉଥିଲା। ଗତକାଲି ଉଭୟ ଆବାସିକ ସ୍କୁଲ୍‌ରେ ରହିଥିବା କଥା ଜଣାପଡ଼ିବା ପରେ ଛାତ୍ରୀ ଓ ଅଭିଭାବକମାନେ ଏହାକୁ ତୀବ୍ର ବିରୋଧ କରିବା ସହ ସେମାନଙ୍କ ବଦଳି ଦାବି କରିଥିଲେ।

ଘଟଣାର ସତ୍ୟାସତ୍ୟ ଜାଣିବାକୁ ତଦନ୍ତ କରାଯିବ ଏବଂ ତା’ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହି ଡିଡବ୍ଲୁଓ ସେମାନଙ୍କୁ ବୁଝାଶୁଝା କରିବା ପରେ ଧାରଣା ଓ ବିକ୍ଷୋଭ ପ୍ରତ୍ୟାହାର କରିନିଆଯାଇଥିଲା।

ସମ୍ବନ୍ଧିତ ଖବର