ୟୁକ୍ରେନରୁ ଭୁବନେଶ୍ୱର ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ୱର: ୟୁକ୍ରେନରୁ ଫେରିଲେ ଭାରତୀୟ ଛାତ୍ରଛାତ୍ରୀ। ଭୁବନେଶ୍ୱରରେ ପହଞ୍ଚିବା ପରେ ସେମାନେ ବେଶ ଖୁସି ଅନୁଭବ କରିଛନ୍ତି। ସେଠାକାର ସ୍ଥିତି ଅତି ଖରାପ। ପ୍ରତି ମୁହୂର୍ତ୍ତରେ ବୋମା ପଡୁଛି। ମନ ଭିତରେ ଅନେକ ଭୟ ନେଇ ଫେରିଛନ୍ତି ଭାରତୀୟ ଛାତ୍ରଛାତ୍ରୀ। ନିଜେ ସୁରକ୍ଷିତ ହୋଇ ଫେରିଛନ୍ତି ସତ, କିନ୍ତୁ ସେଠାରେ ଫସିଥିବା ବନ୍ଧୁମାନଙ୍କ ପାଇଁ ଚିନ୍ତାରେ ରହିଥିବା କହିଛନ୍ତି ୟୁକ୍ରେନ ଫେରନ୍ତା।

ୟୁକ୍ରେନର ଉତ୍ତର ପଟ ପୁରା ରୁଷିଆ ଦଖଲ କରିସାରିଥିବା କାରଣରୁ ଏହି ଓଡ଼ିଆ ଛାଛାତ୍ରୀମାନେ ଦକ୍ଷିଣ ପଟ ଦେଇ  ଭାରତ ଫେରିଥିବା ସୂଚନା ଦେଇଛନ୍ତି। ସେମାନେ କହିଛନ୍ତି, ସାରା ବିଶ୍ଵ ଶାନ୍ତି ଚାହୁଁଥିବା ବେଳେ ଆମେ ପୁଣି ପଛକୁ ଫେରୁଛେ।

ସମ୍ବନ୍ଧିତ ଖବର