ପରିବାରରେ ଅଳି ଅଝଟ ବଢାଇ ଦେଇଛି କରୋନା : ବାରଣ ସତ୍ତ୍ବେ ଟିକଟକ୍ ଓ ନଟିଆ ଦେଖିବାକୁ କୁନି ପିଲାଙ୍କ ଜିଦ୍

ଫୁଲବାଣୀ : କରୋନା ମୁକାବିଲା ପାଇଁ ଲକ୍ ଡାଉନ ହୋଇଛି। ସମାଜିକ ଦୂରତା ରକ୍ଷା କରିବା ସ୍ବରୂପ କେହି ବି ପଦାକୁ ବାହାରୁ ନାହାନ୍ତି। ଏଭଳି ସ୍ଥଳେ ପ୍ରତି ଘରେ ଘରେ ପରିବାର ଲୋକଙ୍କ ପାଇଁ କୁନି ପିଲାଙ୍କ ଅଳି ଅଝଟ ଚିନ୍ତା ବଢାଇ ଦେଇଛି। କିଏ ବାହାରେ ବୁଲିବାକୁ କହୁଛି ତ ଆଉ କିଏ ପାର୍କ। ପାଷ୍ଟଫୁଡ ପାଇଁ କିଏ କହୁଛି ତ ଆଉ କିଏ ଗୁପଚୁପ,ଦହିବରା। ଆଉ କିଏ ଆଳୁ ଚିପ୍ସ ତ ଆଉ କିଏ ଅସମ୍ଭବ ଜିନିଷ ଖାଇବା କହୁଛନ୍ତି। ସବୁଠାରୁ ବଡ କଥା ହେଲା ଦିନ ଓ ରାତି ଟିକଟକ ଓ ନଟିଆ କମେଡି ଦେଖିବାକୁ କୁନି ପିଲାମାନେ ମୋବାଇଲ ପାଇଁ ଜିଦ୍ ଧରି ବସୁଛନ୍ତି। ଲକ୍ ଡାଉନ ସମୟରେ ଏସବୁ ଦାବି ପୂରଣ କରିବା ସମ୍ଭବ ହେଉ ନାହିଁ। ଏହାକୁ ପରିବାର ଲୋକଙ୍କ ଚିନ୍ତା ବେଶୀ ବଢାଇ ଦେଇଛି।

କୁନି ପିଲାଙ୍କୁ ମୋବାଇଲ ଦେବା ମନା। ସଂପ୍ରତି କରୋନା ପାଇଁ ମୋବାଇଲ ଧରିବା ପୂର୍ବରୁ ତାକୁ ସଫା କରିବାକୁ କୁହାଯାଉଛି। ଏହି ସମୟରେ ପରିବାର ଲୋକ ନିରୂପାୟ ହୋଇ କୁନି ପିଲାଙ୍କୁ ମୋବାଇଲ ଦେବାକୁ ଏକରକମ ବାଧ୍ୟ ହେଉଛନ୍ତି। ମୋବାଇଲରେ କୁନି ପିଲାମାନେ ଟିକଟକ ଓ ନଟିଆ କଡେଡି ଦେଖି ଖୁସି ମନାଉଛନ୍ତି। ଇଛା ନ ଥିଲେ ବି ପରିସ୍ଥିତି ବାଧ୍ୟ କରିଛି ବୋଲି କହନ୍ତ ବହୁ ଅଭିଭାବକ। ସ୍କୁଲ ବନ୍ଦ। ଘରେ ଏତେ ସମୟ ଧରି ପିଲା ରହୁଛନ୍ତି। ସେମାନଙ୍କ ଦାବି ପୂରଣ କରି ପାରୁ ନାହିଁ । ବାଧ୍ୟ ହୋଇ ପୁଅ ଜିତକୁ ମୋବାଇଲ ଦେଉଛୁ ବୋଲି କହନ୍ତି ସୁନିଲ ବିଶ୍ବାଳ। ସେହିଭଳି ଅଭିଭାବକ ରାକେଶ କୁମାର ରାଉତ ଓ ବାପୁଜୀ ଦିଗାଲ ମଧ୍ୟ ଅନୁରୂପ ଭାବେ ମତ ଦିଅନ୍ତି। ପୁରୁଣା ମୋବାଇଲ କାମ କରୁ ନାହିଁ। ନୂଆ ମୋବାଇଲ କିଣିବାକୁ ପୁଅ ବାଧ୍ୟ କରୁଥିବା କଥା କହନ୍ତି ବଳଦେବ ବେହେରା। କରୋନା ଯୋଗୁଁ ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି। ପୁଅର ଇଛା ପୁରଣ କରି ପାରୁ ନଥିବାରୁ ସେ ଦୁଃଖିତ ବୋଲି କହିଛନ୍ତି।

ସ୍କୁଲ ଛୁଟି। ଦୋକାନ ବଜାର ବନ୍ଦ। ବାପା ବାହାକରୁ ନେଉ ନାହାନ୍ତି। ଆଉ କଣ କରିବ। ମୋବାଇଲରେ ଟିକଟକ ଓ ନଟିଆ କମେଡି ଦେଖୁଛି ବୋଲି କହନ୍ତି ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ତୃତୀୟ ଶ୍ରେଣୀର ଛାତ୍ର ବିଭୂପ୍ରସାଦ। ସେହଭଳି ଘରେ କଣ କରୁଛ ବୋଲି ପଚାରିବାରେ ମୋବାଇଲରେ ଟିକଟକ ଓ ନଟିଆ କମେଡି ଦେଖୁଛି ବୋଲି କହିଛନ୍ତି ଫୁଲବାଣୀ ପ୍ଲେ ସ୍କୁଲର ନର୍ସରୀ ଛାତ୍ରୀ ଶ୍ରେୟା ଅନ୍ବେଷା। ଲକ୍ ଡାଉନ ସମୟରେ କିଏ କେମିତି ଟାଇମ ପାସ କରୁଥିବା ବେଳେ କୁନି ପିଲାଙ୍କ ପାଇଁ ମୋବାଇଲ ଖୁସିର ସାଥୀ ପାଲଟି ଯାଇଛି।

ସମ୍ବନ୍ଧିତ ଖବର