ସମ୍ବିଧାନର ପାଠ ପଢ଼ିବେ ଛାତ୍ରଛାତ୍ରୀ, ଏଥିରେ ଛାତ୍ରଛାତ୍ରୀଙ୍କୁ ମୌଳିକ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ପଢ଼ାଯିବ

ଭୁବନେଶ୍ବର : ଭାରତୀୟ ସମ୍ବିଧାନ ବିଷୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ। ନାଗରିକଙ୍କ ମୌଳିକ ଅଧିକାର ବିଷୟରେ ବିଦ୍ୟାଳୟସ୍ତରରୁ ପିଲା ଜାଣିବା ଦରକାର। ତାହାକୁ ଅନୁଭବ କରି ଏଭଳି ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ମିଳିଥିବା ସୂଚନା ଅନୁଯାୟୀ ସମ୍ବିଧାନ ସମ୍ପର୍କ‌ରେ ବର୍ଷତମାମ ବିଦ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲିବ। କେଉଁ ମାସରେ କିଭଳି କାର୍ଯ୍ୟକ୍ରମ କରାଯିବ ‌ତାହାର ତାଲିକା ପ୍ରସ୍ତୁତ କରାଯାଇଛି। ଏଥିରେ ଛାତ୍ରଛାତ୍ରୀଙ୍କୁ ମୌଳିକ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ପଢ଼ାଯିବ। ଏନେଇ ସ୍ୱତନ୍ତ୍ର କ୍ଲାସ୍ ନ ହେଲେ ସଚେତନତା କାର୍ଯ୍ୟକ୍ରମ ହେବ। ଏହି କାର୍ଯକ୍ରମରେ ଯେମିତି ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ସେ ଦିଗରେ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ପଦକ୍ଷେପ ନେବେ। କାର୍ଯ୍ୟକ୍ରମ ସରିବା ପରେ ତାହାର ଫଟୋ, ଭିଡିଓଗୁଡ଼ିକୁ ‘[email protected]’ରେ ପଠାଇବାକୁ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଚିଠି ଲେଖାଯାଇଛି।

ସମ୍ବନ୍ଧିତ ଖବର