ଫୁଲନଖରା: ବୃତ୍ତି ଓ ପ୍ରବୃତ୍ତିରେ ସମନ୍ବୟ ରହିଲେ ଜଣେ ବିଦ୍ୟାର୍ଥୀ ଜଗତଜିତା ହୋଇପାରିବ। ଏଥିରେ ତାକୁ କେହି ଅଟକାଇ ପାରିବେ ନାହିଁ। ସଦର ପ୍ରେସ୍‌ କ୍ଲବ୍‌ ଆନୁକୂଲ୍ୟରେ ପ୍ରତାପନଗରୀସ୍ଥିତ ମା’ ଧାକୁଲେଈ ପୀଠରେ ଆୟୋଜିତ ‘ମେଧା ସମ୍ମାନ ସମାରୋହ-୨୦୨୫’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି। ଶ୍ରୀ ପଟ୍ଟନାୟକ ମା’, ମାତୃଭାଷା, ମାତୃଭୂମି ଓ ମାନବିକତା ପ୍ରତି ମମତା ରଖିବାକୁ ଉପସ୍ଥିତ ମାଟ୍ରିକ୍‌ ଟପର୍‌ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

Advertisment

ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ୍‌ ତଥା ସ୍ତମ୍ଭକାର ଅଧ୍ୟାପକ ନିରଞ୍ଜନ ପାଢ଼ୀ ଯୋଗଦେଇ ସମସ୍ତଙ୍କ ପ୍ରିୟଭାଜନ ହୋଇ କାର୍ଯ୍ୟ କରିବାକୁ ବିଦ୍ୟାର୍ଥୀଙ୍କୁ ଆହ୍ବାନ ଦେଇଥିଲେ। ଆପେକ୍ସ କଲେଜ ଅଧ୍ୟକ୍ଷ ଇଂ. ସନ୍ନ୍ୟାସୀ ପଣ୍ତାଙ୍କ ସଭାପତିତ୍ବରେ ଆୟୋଜିତ ସମାରୋହରେ ଶିକ୍ଷାବିତ୍‌ ରଂଜନ କୁମାର ଲେଙ୍କା ଓ ଆଞ୍ଚଳିକ ଶାନ୍ତି କମିଟି ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସଦର ପ୍ରେସ୍‌ କ୍ଲବ୍‌ ପକ୍ଷରୁ ‘ମେଧା ସମ୍ମାନ ସମାରୋହ’

ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ ଅକ୍ଷୟ ମହାନ୍ତି, ଡକ୍ଟର ଶରତ କୁମାର ରଥ, ଆଇନଜୀବୀ କବିନାରାୟଣ ଜେନା, ପଣ୍ତିତ ଅଜୟ କୁମାର ପତି, ଆଇନଜୀବୀ ଅନ୍ନପୂର୍ଣ୍ଣା ସାହୁ, ବାଦଲ ଜେନା, ଡାକ୍ତର ଅରବିନ୍ଦ ନନ୍ଦ, ଅନିଲ ବେଉରା, ସୁଶାନ୍ତ ମହାନ୍ତି, କୌଶିକ ଜେନା, ଆଇନଜୀବୀ ନଳୀନ ସେନାପତି, ଚନ୍ଦ୍ରମଣି ପ୍ରଧାନ, ଆଇନଜୀବୀ ଦିଲ୍ଲୀପ ମହାରଣା, ଗୁରୁପ୍ରସାଦ ମହାନ୍ତି, ପ୍ରତାପ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ଅଞ୍ଚଳର ୩୦ଟି ହାଇସ୍କୁଲର ମାଟ୍ରିକ୍‌ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ ସ୍ବାଗତ ଭାଷଣ ଦେଇଥିଲା ବେଳେ ସାମ୍ବାଦିକ କାନନବିହାରୀ ନାୟକ ଅତିଥି ପରିଚୟ ଦେଇଥିଲେ। ସାମ୍ବାଦିକ ଗଜେନ୍ଦ୍ରନାଥ ଦାସ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ରାଜକିଶୋର ବେହେରା, ଆଦିତ୍ୟ ଛୋଟରାୟ, ପ୍ରଦୀପ କୁମାର ଦାସ, ବିଭୂତି ଭୂଷଣ ତରାଇ ପରିଚାଳନା କରିଥିଲେ। ଇଂଜିନିୟର ଅଭିଷେକ ମେମୋରିଆଲ୍‌ ଚାରିଟେବୁଲ୍‌ ଟ୍ରଷ୍ଟ ସଦସ୍ୟ ସହଯୋଗ କରିଥିଲେ। ସାମ୍ବାଦିକ ଅଜୟ କୁମାର ଦାଶ ଧନ୍ୟବାଦ ଦେଇଥିଲେ।