ଛାତ୍ରଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର, ହତ୍ୟା ସନ୍ଦେହ

କୋଣାର୍କ: ଗତ ପାଞ୍ଚ ଦିନ ଧରି ନିଖୋଜ ଥିବା ଜଣେ କଲେଜ ଛାତ୍ରଙ୍କ ମୁଣ୍ଡବିହୀନ ଗଳିତ ଶବ ଉଦ୍ଧାର ହୋଇଛି। କୋଣାର୍କ ସୂର୍ଯ୍ୟ ମନ୍ଦିରରେ ମାଳି ଭାବେ କାର୍ଯ୍ୟ କରୁଥିବା ପଇତାବରାଇ ଚଅଁର ସାହିର ବିପିନ କାଣ୍ଡିଙ୍କ ପୁତ୍ର ଗଗନ କାଣ୍ଡି (୨୦) କୋଣାର୍କ ଭଗବତୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଶ୍ରେଣୀରେ ଅଧ୍ୟୟନ କରନ୍ତି। ଗତ ଶୁକ୍ରବାର ଅପରାହ୍ନଠାରୁ ଗଗନ ବାହାରକୁ ଆସି ଆଉ ଘରକୁ ଫେରି ନଥିଲେ। ଏନେଇ ଗଗନଙ୍କ ପରିବାର ଲୋକେ ଖୋଜାଖୋଜି କରିବା ପରେ ଥାନାରେ ଅଭିଯୋଗ କରିଥିଲେ। ଆଜି ସ୍ଥାନୀୟ ଜଙ୍ଗଲ ମଧ୍ୟରେ ଏକ ମୁଣ୍ଡବିହୀନ ଶବ ପଡ଼ିଥିବାର ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ।

ସମ୍ବନ୍ଧିତ ଖବର