ସୁଆର ମହାସୁଆର ନିଯୋଗ ନିର୍ବାଚନ : ୧୫ ଜଣିଆ କମିଟି ନିର୍ବାଚିତ

ପୁରୀ : ଶ୍ରୀମନ୍ଦିରର ସବୁଠାରୁ ବଡ଼ ନିଯୋଗ ସୁଆର ମହାସୁଆର ନିଯୋଗ ନିର୍ବାଚନ ଫଳାଫଳ ଆଜି ଘୋଷଣା କରାଯାଇଛି। ୧୫ଜଣିଆ କମିଟି ପାଇଁ ହୋଇଥିବା ଏହି ନିର୍ବାଚନରେ ୮୬୪ ଜଣ ମତଦାନ ସାବ୍ୟସ୍ତ କରିବା ସହ ୩୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ନିଜ ପସନ୍ଦର ୧୫ ଜଣ ପ୍ରାର୍ଥୀଙ୍କୁ ନିର୍ବାଚିତ କରିଛନ୍ତି। ହାତୀ ଚିହ୍ନରେ ଲଢ଼ୁଥିବା ଦାମୋଦର ମହାସୁଆରଙ୍କୁ ସର୍ବାଧିକ ୫୪୦ ଭୋଟ୍ ମିଳିଛି। ସେହିପରି ରାଜହଂସ ଚିହ୍ନରେ ଲଢ଼ୁଥିବା କୃଷ୍ଣଚନ୍ଦ୍ର ପ୍ରତିହାରୀ ଦ୍ବିତୀୟ ସର୍ବାଧିକ ଭାବେ ୪୯୭ ଭୋଟ୍ ପାଇଛନ୍ତି। ହରିଣ ଚିହ୍ନରେ ଲଢ଼ୁଥିବା କୃଷ୍ଣଚନ୍ଦ୍ର ସାମନ୍ତରା ତୃତୀୟ ସର୍ବାଧିକ ଭାବେ ୪୪୬ ଭୋଟ୍ ପାଇଛନ୍ତି। ୧୫ ଜଣିଆ କମିଟି ପାଇଁ ନିର୍ବାଚିତ ଅନ୍ୟ କର୍ମକର୍ତାଙ୍କ ମଧ୍ୟରେ ନାରାୟଣ ମହାସୁଆରଙ୍କୁ ୪୨୯ ଭୋଟ୍, ସୋମନାଥ ମହାପାତ୍ରଙ୍କୁ ୪୧୧, ଆର୍ତତ୍ରାଣ ପଣ୍ଡାଙ୍କୁ ୪୦୬, ପଦ୍ମନାଭ ମହାସୁଆରଙ୍କୁ ୩୯୪, ଭୁବନ ମୋହନ ମହାସୁଆରଙ୍କୁ ୩୯୦, କ୍ରିଷ୍ଣା ପଣ୍ଡାଙ୍କୁ ୩୮୭, କାଳୀକୃଷ୍ଣ ମହାସୁଆରଙ୍କୁ ୩୮୫, ଲକ୍ଷ୍ମୀନାରାୟଣ ଦୀକ୍ଷିତଙ୍କୁ ୩୪୨, ରାମ ନାରାୟଣ ଖୁଣ୍ଟିଆଙ୍କୁ ୩୩୬, ରାମଚନ୍ଦ୍ର ଦୀକ୍ଷିତଙ୍କୁ ୩୩୧, ଦୀନବନ୍ଧୁ ପାଢ଼ୀଙ୍କୁ ୩୨୫ ଓ ବାଉରିଆ ମହାସୁଆରଙ୍କୁ ୩୨୩ ଭୋଟ୍ ମିଳିଛି। ଅଗଷ୍ଟ ୨୪ରେ ସଭାପତି, ସଂପାଦକ ଆଦି ୧୫ ପଦବି ପାଇଁ ନିର୍ବାଚନ ପରେ ନୂଆ କର୍ମକର୍ତା ଦାୟିତ୍ବ ଗ୍ରହଣ କରିବେ।

ସମ୍ବନ୍ଧିତ ଖବର