ଆନନ୍ଦପୁର: ଘସିପୁରା ବ୍ଲକ୍‌ ବଳରାମପୁର ପଞ୍ଚାୟତ ଝାଡ଼କୁଣ୍ଡିର ଶ୍ୟାମସୁନ୍ଦର ରାଇସ ମିଲ୍‌ରେ ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଚଢ଼ଉ କରିଛନ୍ତି। ଚଢ଼ଉ ସମୟରେ ମିଲ୍‌ ପରିସରରେ ଅନେକ ଧାନ ବୋଝେଇ ଟ୍ରାକ୍ଟର ଠିଆ ହୋଇଥିଲା। ଯାହାର ରେଜିଷ୍ଟ୍ରେସନ ନମ୍ବର ପଞ୍ଜିକୃତ ହୋଇନଥିବା ବେଳେ ଏଥିରେ ବୋଝେଇ ହୋଇ ଧାନର ଏସି ନୋଟ୍ ନଥିବା ଜଣାପଡ଼ିଥିଲା।

Advertisment

ସୂଚନାଯୋଗ୍ୟ, ମିଲର କେବଳ ମଣ୍ଡିରୁ ସରକାରୀ ନିୟମ ଅନୁସାରେ ଚାଷୀଙ୍କ ଧାନ କିଣିବାର ନିୟମ ରହିଛି। ନିୟମ ଉଲ୍ଲଂଘନ କରି ମିଲରମାନେ ଚାଷୀ ଓ ଦଲାଲଙ୍କଠାରୁ ସିଧାସଳଖ ଧାନ କଣୁଥିବା ଅଭିଯୋଗ ହୋଇଛି। ଫଳରେ ପ୍ରକୃତ ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରିନପାରି ହଟହଟା ହେଉଛନ୍ତି। ମିଲ୍‌ ମାଲିକ ଧାନର ପରିବହନ ଖର୍ଚ୍ଚକୁ ମିଥ୍ୟା ବିଲ୍‌ କରି ହଡ଼ପ କରୁଥିବା ଅଭିଯୋଗ ହୋଇଛି। ଚଢ଼ଉ ବେଳେ ବହୁ ଅନିୟମିତତା ସମ୍ପର୍କରେ ଜଣାପଡ଼ିଥିବା ଉପଜିଲ୍ଲାପାଳ କହିଛନ୍ତି।