ଜୟପୁର/କୁନ୍ଦ୍ରା: କୋରାପୁଟ ଜିଲ୍ଲା ଜୟପୁର ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା ବୁଧବାର କେଡିଏଫ୍ ସଂସ୍ଥା ଦ୍ବାରା ପରିଚାଳିତ କୁନ୍ଦ୍ରା ବ୍ଲକର ଉଦଲଗୁଡାରେ ଆଦିବାସୀ ଆବାସିକ କନ୍ୟାଶ୍ରମକୁ ନିରୀକ୍ଷଣରେ ଯାଇ ସପ୍ତମ ଓ ଅଷ୍ଠମ ଶ୍ରେଣୀର ଛାତ୍ରୀଙ୍କୁ ପାଠ ପଢ଼ାଇଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ସେ ଜ୍ୟାମିତି, ପରିମିତି, ଗଣିତ ସହ ସାହିତ୍ୟ ବିଷୟରେ ପାଠ ପଢ଼ାଇଥିଲେ। ଏହା ସହ ସାଧାରଣଜ୍ଞାନ ପ୍ରଶ୍ନ ଗୁଡ଼ିକ ଛାତ୍ରୀମାନଙ୍କୁ ପଚାରିଥିଲେ। ଛାତ୍ରୀଙ୍କ ସହ ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ, ପରିଚ୍ଛନ୍ନତା, ବ୍ୟକ୍ତିଗତ ସମସ୍ୟା ସହ ଅନ୍ୟାନ୍ୟ ବିଷୟରେ ପଚାରି ବୁଝିଥିଲେ। ଆଶ୍ରମରେ ଦୀର୍ଘ ଘଣ୍ଟାଏ କାଳ ରହି ସଂପୁର୍ଣ୍ଣ ଆଶ୍ରମରେ ବି ତଦାରଖ କରିଥିଲେ। କୁନ୍ଦ୍ରା ବ୍ଲକର ତହସିଲଦାର ବିନୋଦ ନାୟକ, କେଡିଏଫ୍ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ ସାହୁ ଉପସ୍ଥିତ ରହିଥିଲେ।
କେଡିଏଫ୍ ଆଦିବାସୀ ଆବାସିକ କନ୍ୟାଶ୍ରମରେ ପାଠ ପଢ଼ାଇଲେ ଉପଜିଲ୍ଲାପାଳ
/sambad/media/post_attachments/wp-content/uploads/2023/12/jpr-subcollector-2-1.jpg)