ରାଉରକେଲା : ଉପ ନବନ୍ଧକଙ୍କ କାର୍ଯ୍ୟାଳୟ ( ସବ୍ରେଜିଷ୍ଟ୍ରାର ଅଫିସ୍) ପ୍ରତି କାହାରି ଦୃଷ୍ଟି ପଡୁନି। ଏହି ଅଫିସ୍ କେବଳ ବିବାହ ପଞ୍ଜିକରଣ କାମରେ ସୀମିତ ରହିଛି। ବର୍ଷ ବର୍ଷ ଧରି ରାଉରକେଲା ଅଫିସ୍ କାର୍ଯ୍ୟ କରୁଥିବା ବରିଷ୍ଠ କିରାଣୀଙ୍କ ବଦଳି ପରେ ସେହି ପଦବୀ ଖାଲି ପଡିଛି। ୧୫ ଦିନ ଧରି ବରିଷ୍ଠ କିରାଣୀ ପଦବୀ ପୂରଣ ହେଉ ନଥିବାରୁ ଜମି କିଣାବିକା କାମ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଫଳରେ ଦୂରଦୂରାନ୍ତରୁ ଜମି କିଣାବିକା ସମ୍ପର୍କିତ କାମ ପାଇଁ ଆସୁଥିବା ଲୋକଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି।
ଦିନକୁ ପ୍ରାୟ ୩୦ଟି ଜମି କିଣା ବିକା ରେଜିଷ୍ଟ୍ରି ହୋଇଥାଏ। ଅର୍ଥାତ୍ ଜମି କିଣାବିକା ବାବଦରେ ଦୈନିକ ସରକାରଙ୍କ ରାଜସ୍ବ ପାଣ୍ଠିରକୁ ୫ ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଜସ୍ବ ଆସିଥାଏ। ୧୫ ଦିନ ମଧ୍ୟରେ ପାଖାପାଖି ୨ କୋଟିରୁ ଅଧିକ ଟଙ୍କା ରାଜସ୍ବ ହରାଇଥିଲେ ମଧ୍ୟ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ପଡ଼ୁନି। ସେପଟେ ଦୂରଦୂରାନ୍ତରୁ ଆସୁଥିବା ଲୋକଙ୍କ ସମସ୍ୟା ଦୂର କରିବାକୁ ରାଉରକେଲା ଓକିଲ ସଂଘ ଥରେ ନୁହେଁ ବାରମ୍ବାର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଫଳ କିନ୍ତୁ ଶୂନ୍। ଅନ୍ୟପଟେ ଏ ସଂକ୍ରାନ୍ତରେ କିଛି ଲୋକ ସ୍ଥାନୀୟ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଯାଏଁ ଖାଲି ପଡିଥିବା ବରିଷ୍ଠ କିରାଣୀ ନିଯୁକ୍ତ ପଦବୀ ପୂରଣ ହୋଇନାହିଁ। ପ୍ରାଥମିକା ଭିତ୍ତିରେ ଉପ ନିବନ୍ଧକଙ୍କ କାର୍ଯ୍ୟାଳୟରେ ଖାଲି ପଡିଥିବା ବରିଷ୍ଠ କିରାଣୀ ପଦବୀ ପୂରଣ ନ ହେଲେ ଓକିଲ ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/f69184be-df5a-46d9-94c2-9d6d77b05d45.jpg)