ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲାର ନବନିଯୁକ୍ତ ଜିଲ୍ଲାପାଳ ବିମଳେନ୍ଦୁ ରାୟ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀଜଗନ୍ନାଥ ଦର୍ଶନ କରିଛନ୍ତି। ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ସେ ଆଜି ପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି। ଜଗନ୍ନାଥ ମନ୍ଦିର ବ୍ୟତୀତ ମା ବିମଳା, ରାଧାକୃଷ୍ଣ, ମା’ ମହାଲକ୍ଷ୍ମୀ ଦୋଳ ମଣ୍ଡପରେ ଥିବା ବାବା ଚମ୍ପେଶ୍ବରଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପରେ ଜିଲ୍ଲାପାଳ ଶ୍ରୀ ରାୟ ସହିତ ଅଣ୍ଣ ପ୍ରଶାଦ ସେବନ କରିଥିଲେ।
/sambad/media/post_attachments/wp-content/uploads/2023/06/ବିଏମ୍ପୁର.jpg)
ଏହି ଅବସରରେ ଶ୍ରୀ ରାୟ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ, ସୁବର୍ଣ୍ଣପୁର ଜିଲ୍ଲା ହେଉଛି ଜଗନ୍ନାଥ ସଂସ୍କୃତିର ଅନ୍ୟତମ ସ୍ଥାନ। ଏହି ମାଟିର ସଂସ୍କୃତି ଓ ପରମ୍ପରା ଅନନ୍ୟ। ପବିତ୍ର ସ୍ନାନପୂର୍ଣ୍ଣିମା ଅବସରରେ ଜଗନ୍ନାଥଙ୍କ ଆଶୀର୍ବାଦରେ ସମସ୍ତେ ଭଲରେ ରୁହନ୍ତୁ। ଭଗବାନଙ୍କ ନିକଟରେ ଏହି ପ୍ରାର୍ଥନା କରୁଛି।
/sambad/media/post_attachments/wp-content/uploads/2023/06/5ab8861b-5af1-49cf-be9c-8958d1e2e065-e1685890395858.jpg)
ଏହା ପୂର୍ବରୁ ଶ୍ରୀ ରାୟଙ୍କୁ ବୀରମହାରାଜପୁରର ଜଗନ୍ନାଥ ମନ୍ଦିର କମିଟି ତରଫରୁ ଫୁଲମାଳ ଓ ଉତ୍ତରୀୟ ଦେଇ ସ୍ବାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କମିଟିର ସମ୍ପାଦକ ସମ୍ଭୁପ୍ରଶାଦ ହୋତା, କୋଷାଧ୍ୟକ୍ଷ ଭୂଷଣ କୁମାର ପାତ୍ର ବରିଷ୍ଠ କାର୍ଯ୍ୟକର୍ତ୍ତା ସୁଦାମ ଚରଣ ସେଠୀ, ଯୁଗଳ କିଶୋର ମିଶ୍ର, ଇନ୍ଦ୍ରଜିତ ପରୁଆ, ବଳରାମ କାଣ୍ଡ, ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା, ଅମ୍ବରିସ ଦାସ , ଶିବ ପ୍ରସାଦ ଅଗ୍ରୱାଲଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତି ଥିଲେ। ସୂଚନାଯୋଗ୍ୟ, ଶ୍ରୀ ରାୟ ଶନିବାର ଦିନ ସୁବର୍ଣ୍ଣପୁରର ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/8b7a6e48-72a8-4458-84dc-1af54a0a5406.jpg)