ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ଦ୍ବନ୍ଦ୍ବରେ ବିଧାନ ଚନ୍ଦ୍ର ପାଣିଗ୍ରାହୀ ସଭାପତି, ରବୀନ୍ଦ୍ର କୁମ୍ଭାର ଉପସଭାପତି ଓ ଗଦାଧର ନେଗୀ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଏସମ୍ପର୍କରେ ନିର୍ବାଚନ ଅଧିକାରୀ ଦଶରଥ ମହାରଣା ଶନିବାର ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ ଘୋଷଣା କରିଥିଲେ।

Advertisment

publive-image

ଶ୍ରୀ ପାଣିଗ୍ରାହୀ ସପ୍ତମ ଥର ପାଇଁ ସଭାପତି ନିର୍ବାଚିତ ହୋଇଛନ୍ତି। ଶ୍ରୀ ନେଗୀ ତୃତୀୟ ଥର ପାଇଁ ସମ୍ପାଦକ ଓ ଶ୍ରୀ କୁମ୍ଭାର ଦ୍ବିତୀୟ ଥର ପାଇଁ ଉପସଭାପତି ନିର୍ବାଚିତ ହୋଇଛନ୍ତି। ଉଦ୍ଧବ ଚରଣ ମିଶ୍ର ସହକାରୀ ନିର୍ବାଚନ ଅଧିକାରୀ ରହିଥିଲେ। ଏହି ଅବସରରେ ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ ଶ୍ରୀ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଏକ ସଭା ହୋଇଥିଲା। ଏଥିରେ ସମ୍ପାଦକ ଗଦାଧର ନେଗୀ ବିଗତ ବର୍ଷର ଆୟ ବ୍ୟୟ ପାଠ କରିଥିଲେ।

publive-image

ଏହାପରେ ଜିଲ୍ଲା ଓକିଲ ସଂଘର ବରିଷ୍ଠ ଆଇନଜୀବୀ ସର୍ବେଶ୍ବର ପୁରୋହିତ, ଦଶରଥ ମହାରଣା, ବ୍ୟୋ‌ମକେଶ ଦାଶ, ସାନନ୍ଦ ବିହାରୀ ମହାପାତ୍ର, ଶଶାଙ୍କ ଶେଖର ପାଣିଗ୍ରାହୀ, ଇନ୍ଦ୍ରମଣି ଦାଶ, ପ୍ରକାଶ ଚନ୍ଦ୍ର ମିଶ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଜିଲ୍ଲା ଓକିଲ ସଂଘରେ ଦୀର୍ଘ ୪୦ ବର୍ଷ ଧରି କାର୍ଯ୍ୟ କରୁଥିବା ଜୟନାରାୟଣ ମହାପାତ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।