ସୋନପୁର : ଆସନ୍ତା ୧୦ ତାରିଖ ଦିନ ଭୁବନେଶ୍ବର କିଟ୍ ଓ କିସ୍ ପରିସରରେ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ସୁବର୍ଣ୍ଣପୁର ଜିଲ୍ଲା ୬ଟି ବ୍ଲକ୍ର ବଛାବଛା ସନ୍ତରଣ ପ୍ରତିଯୋଗୀମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା। ସୋନପୁର ମହାନଦୀ ତେନ୍ତୁଳିଘାଟରେ ଉଭୟ ବାଳକ ଓ ବାଳିକାଙ୍କର ୩ଟି ବିଭାଗର ଯଥା ଫ୍ରି ଷ୍ଟାଇଲ, ବେକ୍ଷ୍ଟ୍ରୋକ୍, ବଟରଫ୍ଲାଏ ଷ୍ଟ୍ରୋକ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ବାଳକ ବିଭାଗରେ ଆନନ୍ଦ ନାୟକ ପ୍ରଥମ, ପୃଥ୍ବୀରାଜ ସିଂହ ଦ୍ବିତୀୟ ଏବଂ ଶ୍ରୀତମ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବାଳିକା ବିଭାଗରେ ଶୁଣେଣା ବେଂଗ୍ରା ପ୍ରଥମ, ସ୍ନିଗ୍ଧାମୟୀ ପ୍ରଧାନ ଦ୍ବିତୀୟ ଓ ଜିତା ପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ।
ପ୍ରତିଯୋଗିତାଟି ଜିଲ୍ଲା କ୍ରୀଡ଼ା ସଂଘର ସନ୍ତରଣ ସଂପାଦକ ଜୟନାରାୟଣ ମେଣ୍ତଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା କ୍ରୀଡ଼ା ସଂଘର ସାଧାରଣ ସଂପାଦକ ପୀୟୂଷ ପଣ୍ତା, ଉପସଭାପତି ଚିତ୍ତରଞ୍ଜନ ତରାସିଆ, କୋଚ କଲିମ୍ ମହମ୍ମଦ, ଫୁଟ୍ବଲ୍ ସଂପାଦକ ରାଜୀବ ସାହୁ, ପିଆଇଓ ବିକାଶ ପଣ୍ତା ଏବଂ ଅନ୍ୟ କର୍ମକର୍ତା ଗୌରୀଶ୍ୟାମ ପଣ୍ତା, ଦିଲ୍ଲୀପ ଗୁରୁ, ବଳରାମ ପଟ୍ଟନାୟକ, ନନ୍ଦକିଶୋର ତ୍ରିପାଠୀ, ଚନ୍ଦ୍ରଶେଖର ଦଳାଇ, ହୃଷୀକେଶ ପଣ୍ତା ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତା ୯ ତାରିଖ ଦିନ ଏହି କୃତୀ ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଭୁବନେଶ୍ବର ଯାତ୍ରା କରିବେ ବୋଲି ସୂଚନା ଦିଆଯାଇଛି।