ସୋନପୁର ଉତ୍ତପ୍ତ ସହର

ଭୁବନେଶ୍ୱର : ଉପକୂଳ ଓଡ଼ିଶାରେ ତାତିରୁ ମିଳିଛି ଆଶ୍ୱସ୍ତି। ତିନି ଦିନ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ଏପରିକି କେତେକ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରି ତଳକୁ ବି ଖସିଛି। ରାଜ୍ୟର ମାତ୍ର ୧୧ଟି ସହରର ତାପମାତ୍ରା ଆଜି ୩୫ ଡିଗ୍ରି ଉପରେ ରହିଥିଲା। ତତଲା ଭୁବନେଶ୍ୱରର ତାପମାତ୍ରା ଏବେ ୩୬ ଡିଗ୍ରି ତଳକୁ ଖସିଆସି ୩୫.୨ ଡିଗ୍ରିରେ ପହଞ୍ଚିଛି। ବାଲେଶ୍ୱର, କଟକ, ପାରାଦ୍ୱୀପ, ଗୋପାଳପୁର, ପୁରୀ ସହରର ତାପମାତ୍ରା ୩୫ ଡିଗ୍ରି ତଳକୁ ଖସିଥିବା ବେଳେ ପଶ୍ଚିମ ଓଡ଼ିଶାରେ ଏବେ ବି ତାତି ଜାରି ରହିଛି।

ସୋନପୁର ଆଜି ଉତ୍ତପ୍ତ ସହର ପାଲଟିଛି। ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮.୬ ଡିଗ୍ରି ରେକର୍ଡ କରାଯାଇଛି। ଏଥିସହ ମାଲକାନଗିରିରେ ୩୭.୬, ତାଳଚେର ଓ ଭବାନୀପାଟଣାରେ ୩୭, ସମ୍ବଲପୁର ଓ ଝାରସୁଗୁଡ଼ାରେ ୩୬.୨, ହୀରାକୁଦରେ ୩୬.୧, ଅନୁଗୁଳରେ ୩୫.୭ ଡିଗ୍ରି ରହିଥିଲା। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ତାପମାତ୍ରାରେ ସେତେଟା ପରିବର୍ତନ ହେବାର ନାହିଁ। ୧୪ ତାରିଖ ବେଳକୁ ତାତି ପୁଣିଥରେ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସମ୍ବନ୍ଧିତ ଖବର