ସୁବର୍ଣ୍ଣପୁର: ବୁଧବାର ସକାଳେ ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ବଡ଼ମାଲ ପାଖରେ ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକଙ୍କ (ଏସ୍‌ପି) ଗାଡ଼ି ଓଲଟି ପଡ଼ିବାରୁ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ତିନି ଜଣ ଆହତ ହୋଇଛନ୍ତି।

Advertisment

ଆହତ ବ୍ୟକ୍ତିମାନେ ହେଉଛନ୍ତି ଆରକ୍ଷୀ ଅଧୀକ୍ଷକ ଦେବୀପ୍ରସାଦ ଦାସ, ପିଏସ୍‌ଓ ଲିଙ୍ଗରାଜ ସାହୁ ଏବଂ ଡ୍ରାଇଭର୍‌ ଶତ୍ରୁଘ୍ନ ମଲ୍ଲିକ।

publive-image

ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ଏସ୍‌ପି ଦେବୀପ୍ରସାଦ ସମ୍ବଲପୁର ଯାଉଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ବଡ଼ମାଲ ନିକଟରେ ଗୋଟାଏ ବଳଦ ରାସ୍ତା ଉପରକୁ ଦୌଡ଼ି ଆସିବାରୁ ଡ୍ରାଇଭର୍‌ ହଠାତ୍‌ ବ୍ରେକ୍‌ କଷି ଦେଇଥିଲେ। ଫଳରେ ଏସ୍‌ପିଙ୍କ ଗାଡ଼ି ତିନି ଗଡ଼ା ଦେଇ ରାସ୍ତାରୁ ଖସିପଡ଼ିଥିଲା।

ଚିକିତ୍ସା ନିମନ୍ତେ ସମସ୍ତଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନେ ସାମାନ୍ୟ ଆହତ ହୋଇଥିବା ଡାକ୍ତରଖାନାସୂତ୍ରରୁ ପ୍ରକାଶ।