ସୋନପୁର : ସୋମବାର ବିଭିନ୍ନ ଦାବି ନେଇ ସୁବର୍ଣ୍ଣପୁର ଟ୍ରେଡ ୟୁନିୟନ ସମନ୍ବୟ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ପ୍ରବାସୀ ଶ୍ରମିକ, ଅଣସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷା, ଶ୍ରମିକ କଲ୍ୟାଣ ବୋର୍ଡର ଆଇନଗତ ସମସ୍ତ ସହାୟତା ରାଶି ବିଶେଷ କରି ପଞ୍ଜୀକୃତ ଶ୍ରମିକଙ୍କ ବିଦ୍ୟାର୍ଥୀମାନଙ୍କୁ ପ୍ରତି ଶିକ୍ଷାବର୍ଷର ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ସହାୟତା ରାଶି ପ୍ରଦାନ, ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ, ବିବାହ ସହାୟତା ପ୍ରଦାନ, ସମସ୍ତ ଶ୍ରମିକଙ୍କ ପାଇଁ ଇପିଏଫ, ଇଏସ୍‌ଆଇ ଲାଗୁ, ନିର୍ମାଣ ଶ୍ରମିକଙ୍କୁ ବାର୍ଦ୍ଧକ୍ୟଜନିତ ମାସକୁ ୩ ହଜାର ଟଙ୍କା ପେନସନ ପ୍ରଦାନ, ଶ୍ରମିକମାନଙ୍କୁ ସୁରକ୍ଷା ସରଞ୍ଜାମ ପ୍ରଦାନ, ଟୁଲ୍‌ କିଟ ସହାୟତା, ସାଇକେଲ ସହାୟତା ପ୍ରଦାନ ତଥା ସର୍ବୋପରି ସୁପ୍ରିମ କୋର୍ଟ ଗତ ଜୁନ ୩୦ ତାରିଖରେ ଦେଇଥିବା ଗୁରୁତ୍ବପୁର୍ଣ୍ଣ ରାୟକୁ ତୁରନ୍ତ କାର୍ଯ୍ୟକାରୀ କରିବା, ପ୍ରବାସୀ ଶ୍ରମିକ, ଅଣସଂଗଠିତ ଶ୍ରମିକମାନଙ୍କୁ କୋଭିଡ୍ ସମୟରେ ଆର୍ଥିକ ସହାୟତା ପ୍ରଦାନ କରିବା ଆଦି ୨୫ଟି ଦାବି ରହିଛି।

Advertisment

ସୁବର୍ଣ୍ଣପୁର ଜିଲ୍ଲା ଟ୍ରେଡ ୟୁନିୟନ ସମନ୍ବୟ ସମିତି ସଭାପତି ଗୋବିନ୍ଦ ମହାରଣାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଧାରଣାରେ କର୍ଣ୍ଣରାଜ ପ୍ରଧାନ, ରମେଶ ନନ୍ଦ, ସୂର୍ଯ୍ୟକାନ୍ତ ରାଉଳ, କୁଶ ମହାକୁଡ, ସଂଗୀତା ବଗ, ମନୋରଞ୍ଜନ ପାଣ୍ଡେ, ବିଶ୍ବେଶର ଷାଣ୍ଢ, ଛବି ବାଘ, ଅର୍ଜୁନ ବାଦୀ, କୃଷ୍ଣଚନ୍ଦ୍ର କମ୍ପ, ସୀତା ମହାକୁର ପ୍ରମୁଖ ସାମିଲ ଥିଲେ।