ବୀରମହାରାଜପୁର: ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ତହସିଲଦାର ପୁର୍ଣ୍ଣଚନ୍ଦ୍ର ନାଏକଙ୍କୁ ମାଡ଼ ହୋଇଥିବାର ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଶ୍ରୀଯୁକ୍ତ ନାଏକ ନିଜେ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମିଳିଥିବା ତଥ୍ୟ ଅନୁସାରେ ସୋମବାର ୟୁରିଆ ସାର ଅଭାବ ପାଇଁ କିଛି ଚାଷୀ ଉଲୁଣ୍ଡା ବ୍ଲକ ବିଶିପଡ଼ା ସେବା ସମବାୟ ସମିତି ମୁଖ୍ୟ କାର୍ଯ୍ୟାଳୟ ପଲାସ ଠାରେ ଜମା ହୋଇଥିଲେ । ଖବର ପାଇ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଉଲୁଣ୍ଡା ସହସିଲଦାର ପୁର୍ଣ୍ଣ ଚନ୍ଦ୍ର ନାଏକ ଘଟଣା ସ୍ଥଳକୁ ଯାଇ ଆଲୋଚନା କରି ସମସ୍ୟାର ସମାଧାନ କରିବା ପାଇଁ କହିଥିଲେ ।

Advertisment

ତୁରନ୍ତ ତହସିଲଦାର ପଲାସ୍ ସେବା ସମବାୟ ସମିତି ପହଞ୍ଚି ଆଲୋଚନା କରୁଥିବା ବେଳେ  ଅଭିଯୁକ୍ତ  କାହ୍ନୁ ଚରଣ ମିଶ୍ର ତହସିଲଦାର ପୁର୍ଣ୍ଣଚନ୍ଦ୍ର ନାଏକଙ୍କୁ ତୁ ବାଲିଧରୁଛୁ ଯାହାଫଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହୋଇପାରୁନାହିଁ କହି ତାଙ୍କ ଗାଲରେ ଶକ୍ତ ଚାପୁଡ଼ା ମାରିଥିଲା । ଏହାସହିତ ନିଜେ ପିନ୍ଧି ଥିବା ପେଣ୍ଟ ଖୋଲି ଦେଇଥିଲା । ଘଟଣା ସ୍ଥଳରେ ବିଶିପଡ଼ା ରାଜସ୍ବ ନୀରିକ୍ଷକ ଲୋପାମୁଦ୍ରା ସାହୁ ଓ ଅମିନ୍ ଜୟନ୍ତୀ ଭୋଇ ଉପସ୍ଥିତ ଥିଲେ ।  ପରେ ଅନ୍ୟ କର୍ମଚାରି ମିସି ତହସିଲଦାର ଓ  ଅନ୍ୟ କର୍ମଚାରିଙ୍କୁ ଉଦ୍ଧାର କରିଥିଲେ । ବୀରମହାରାଜପୁର ଥାନା କେସ ନମ୍ବର ୧୬୨/ରେ ମାମଲା ରୁଜୁ କରି ବୀରମହାରାଜପୁର ଦାଇତ୍ୱରେ ଥିବା ଉପଖଣ୍ଡ ପୋଲିସ ଅଧିକାରୀ ଆନନ୍ଦ ବର୍ଦ୍ଧନ ଗୁରୁ ଅଧିକ ତଦନ୍ତ ଚଳାଇଛନ୍ତି । ଏହି ମାଡ଼ମରା ଘଟଣାରେ ଗୋବର୍ଦ୍ଧନ ବେହେରା, ପ୍ରକାଶ ଚନ୍ଦ୍ର ନାଗ ଓ ଉପେନ୍ଦ୍ର ନେଗି ଓ ଅନ୍ୟ ମାନଙ୍କ ନାମରେ ମାମଲା ରୁଜୁ ହୋଇଛି । ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।