ବାରିପଦା: ସରୁନି ମୟୂରଭଞ୍ଜର ବହୁପ୍ରତିକ୍ଷୀତ ସୁବର୍ଣ୍ଣରେଖା ବୃହତ ଜଳସେଚନ ପ୍ରକଳ୍ପ। ପ୍ରାୟ ୩୨ବର୍ଷ ହେବ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଏଯାବତ ସମାପ୍ତ ହୋଇପାରିନାହିଁ। ସେହିପରି ଏହି ପ୍ରକଳ୍ପ ପାଇଁ ବାସହରା ହୋଇଥିବା ଅନେକ ପରିବାର ଏପର୍ଯ୍ୟନ୍ତ ସଠିକ ଭାବେ ଥଇଥାନ ହୋଇନାହାନ୍ତି। ଗତକାଲି ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ ଲୋକସଭାରେ ପ୍ରଶ୍ନ ଉଠାଇଥିଲେ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ। ଝାଡଖଣ୍ଡ ଓ ପଶ୍ଚିମବଙ୍ଗର କିଛି ଅଂଶ ଏବଂ ଓଡ଼ିଶାରେ ହୋଇଥିବା ଏହି ପ୍ରକଳ୍ପର ଶୀଘ୍ର ସମାପ୍ତି ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସାଂସଦ ବିଶ୍ୱେଶ୍ୱର। ଏହି ପ୍ରକଳ୍ପ ଯଥାଶୀଘ୍ର କାର୍ଯ୍ୟକାରୀ ହେଲେ ହଜାର ହଜାର ଚାଷୀ ଓ ଜନସାଧାରଣ ଉପକୃତ ହେବେ । ତେଣୁ ଏହି ପ୍ରକଳ୍ପ ଯେପରି ଶୀଘ୍ର ସମାପ୍ତ ହୁଏ ସେନେଇ ଉପଯୁକ୍ତ ପଦକ୍ଷେପ ନେବାକୁ ଶ୍ରୀ ଟୁଡୁ ଦାବି କରିଥିଲେ। ଉଲ୍ଲେଖଯୋଗ୍ୟଯେ ସୁବର୍ଣ୍ଣରେଖା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ବଦଳରେ ଘୁଞ୍ଚି ଘୁଞ୍ଚି ଯାଉଛି। ଯାହାକି ସାଧାରଣରେ ସମାଲୋଚନାର ପ୍ରସଙ୍ଗ ପାଲଟିଛି।
ସୁବର୍ଣ୍ଣରେଖା ପ୍ରକଳ୍ପର ତ୍ୱରିତ ସମାପ୍ତି ନେଇ ଉଦ୍ବେଗ : ଶୂନ୍ୟକାଳରେ ଲୋକସଭାରେ ପ୍ରଶ୍ନ ଉଠାଇଲେ ସାଂସଦ ବିଶ୍ୱେଶ୍ୱର
/sambad/media/post_attachments/wp-content/uploads/2020/09/MP.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)